ଉତ୍ତରପ୍ରଦେଶରେ ହାଇଆର୍ଲଟ। ଗତକାଲି ଗୁରୁବାର ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ଜେଲରେ ହୃଦଘାତରେ ମୃତ୍ୟୁ ହୋଇଛି । ମୁଖତାର ର ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ନିୟୋଜିତ ହେବା ସହିତ ୧୪୪ ଧାରା ଜାରି ହୋଇଛି । ବାନ୍ଦା,ମାଓ,ଗାଜିପୁର ଏବଂ ବାରଣାସୀରେ ପୋଲିସ ଫୋର୍ସ ବଢାଯାଇଛି ।
ସୂଚନା ଅନୁସାରେ ଗୁରୁବାର ବାନ୍ଦା ଜେଲରେ ଥିବାବେଳେ ମୁଖତାର ର ହୃଦଘାତ ହୋଇଥିଲା ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ୟୁପିର ମଉ ଆସନରୁ ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁକ୍ତାର ଅନସାରୀଙ୍କ ନାଁରେ ବିଭିନ୍ନ ଥାନାରେ ୫୨ଟି କେସ୍ ରହିଥିଲା।ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଗତ ୧୩ରେ ଅନସାରୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ମୁଖତାରଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ ପୁଅ ଉମର ଅନସାରୀ ଅଭିଯୋଗ କରିଛନ୍ତି।
ଆଜି ମାଜିଷ୍ଟ୍ରେଟଙ୍କ ୩ ଜଣିଆ ଟିମ ଗଠନ ହୋଇ ବାନ୍ଦା ଜେଲକୁ ଯାଇ ଖୋଳତାଡ଼ ଆରମ୍ଭ କରିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବି ଅନୁଧ୍ୟାନ କରୁଛି।