ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ khabar odisha :30/03/2024 Share story: ରୋଷେଇ କରୁଥିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର । ଏକାଥରକେ ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ । ସୂଚନା ଅନୁସାରେ ଶନିବାର ସକାଳେ ମହିଳା ଜଣକ ପରିବାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ଏହି ସମୟରେ ହଠାତ ଗ୍ୟାସ ସିଲିଣ୍ଡରଟି ବଷ୍ଫୋରଣ ହୋଇଥିଲା । ଏବଂ ଚାହୁଁ ଚାହୁଁ ଧର ଯାକ ନିଆଁ ବ୍ୟାପିଯାଇଥିଲା । ଯାହା ଫଳରେ ନିଆଁରେ ମା ସମେତ ତିନି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମା ସମେତ ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ କେଉଁ କାରଣରୁ ଗ୍ୟାସ ସିଲିଣ୍ଡର ଫାଟିଲା ତାର କୈାଣସି କାରଣ ଜଣାପଡିନଥିବା ବେଳେ ଘଟଣା କୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ :ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ୭୯ ହଜାରରୁ ଅଧିକ ଅଭିଯୋଗ uttarpradesh crime Henilprava Swain, Author, 30/03/2024