ଆନ୍ଧ୍ର ପ୍ରଦେଶରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ପ୍ରଭାବରେ ଜଳିଯାଇଛି ୪୦ଟି ବୋଟ । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ଫିସିଂ ହାରବରରେ ଥିବା ବୋଟରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ । ନିଆଁ ଗୋଟେ ପରେ ଗୋଟେ ବୋଟକୁ ବ୍ୟାପି ଚାଲିଥିଲା । ବୋଟରେ ଏଲପିଜି ସିଲିଣ୍ଡର ଥିବାରୁ କିଛି ସମୟ ମଧ୍ୟରେ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଲା ବୋଲି ସୂଚନା ମିଳିଛି । ନିଆଁର ଧୂଆଁରେ ସମ୍ପୂର୍ଣ୍ଣ ଆକାଶ ଅନ୍ଧକାର ରାତିରେ ଆହୁରି ଅନ୍ଧାର ହୋଇଯାଇଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇ ଚେଷ୍ଟା କରିଥିଲେ । ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ନିଆଁ ଲିଭାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ୪୦ଟି ବୋଟ ଜଳିବା ସହିତ ଆଉ କୌଣସି କ୍ଷତି ହେବା ସହିତ କେତେ ଲୋକ ଆହତ ଓ ମୃତ ହୋଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡିକୁ ପୁରିଲାଣି ୧୫୦ ଘଣ୍ଟା : ଉଦ୍ଧାର କେବେ ?