ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୨୯ ନକ୍ସଲ । ସୂଚନା ଅନୁସାରେ, ମଙ୍ଗଳବାର ଛତିଶଗଡ଼ର କାଙ୍କେର ଜିଲ୍ଲାର ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲବାଦୀମାନେ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲ ନିହତ ହୋଇଛନ୍ତି । ନକ୍ସଲଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ୭ଟି ଏକେ-୪୭ ରାଇଫଲ୍, ୩ଟି ଲାଇଟ୍ ମେସିନ୍ ଗନ୍ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଉକ୍ତ ଜଙ୍ଗଲରେ ପ୍ରାୟ ୫୦ ଜଣ ନକ୍ସଲ ରହୁଥିବାର ଖବର ସୁରକ୍ଷାକର୍ମୀମାନେ ପାଇଥିଲେ । ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରି ୨୯ ଜଣଙ୍କୁ ନିହତ କରିବା ସହିତ ମାଓ ସାମଗ୍ରୀ ଜବତ ହୋଇଛି । ଏ ପର୍ଯ୍ୟନ୍ତ ମଧ୍ୟ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।
ଆଗକୁ ପଢ଼ନ୍ତୁ : ସୁରକ୍ଷାକର୍ମୀଙ୍କ ବଡଧରଣର ଏନକାଉଣ୍ଟର : ୧୮ ଜଣ ନକ୍ସଲ ନିହତ !