ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ବଡଧରଣର ଏନକାଉଣ୍ଟର । ୧୮ ଜଣ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ସୂଚନା ରହିଛି। ତେବେ ଏହି ସଂଖ୍ୟା ଉପରେ ବର୍ତ୍ତମାନ କୌଣସି ସ୍ପଷ୍ଟତା ଆସି ଆସି ନାହିଁ । ତେବେ ନକ୍ସଲ କମାଣ୍ଡର ଏହି ଏନକାଉଣ୍ଟରରେ ନିହତ ହୋଇଥିବା ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ ବିଏସଏଫ ଏବଂ ଡିଆରଡି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ କାଙ୍କେରର ଛୋଟେବେଠିଆ ଥାନା ଅନ୍ତର୍ଗତ କଲପର ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ବାହାରିଥିଲେ । ଏହି ସମୟରେ ନକ୍ସଲଙ୍କ ସହ ଏନକାଉଣ୍ଟଉର ଆରମ୍ଭ ହୋଇଥିଲା । କାଙ୍କେର ଏସପି ଇନ୍ଦ୍ରା କଲ୍ୟାଣ ଏଲେସେଲା ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିବା କହିଛନ୍ତି । ତେବେ ଏଥିରେ ବିଏସଏଫର ଜଣେ ଇନ୍ସପେକ୍ଟର ଏବଂ ଡିଆରଜିର ଜଣେ ଯବାନ ଆହତ ହୋଇଛନ୍ତି । ଦୁହିଁଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି । ସଦ୍ୟ ସୂଚନା ମୁତାବକ ସୁରକ୍ଷାକର୍ମୀ ଏବଂ ପୋଲିସ ମଧ୍ଯରେ ଫାୟାରିଂ ଚାଲିଛି ।