ସିକ୍କିମରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି, ବାଦଲ ଫଟିବାରୁ ସିକ୍କିମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପାଣିରେ ୨୩ ଯବାନ ଭାସିଯାଇଛନ୍ତି । ବାଦଲ ଫଟା ବର୍ଷା ଯୋଗୁଁ ତିସ୍ତା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବରେ ସିକ୍କିମର ମେଲ୍ଲିରେ ୧୦ ନମ୍ବର ଜାତୀୟ ରାଜପଥ ଅଧାରୁ ଧୋଇହୋଇଯାଇଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି । ବିଭିନ୍ନ ଅଞ୍ଚଳରେ ପାଣି ପଶି ଯାଇଥିବା ବେଳେ ଯାନବାହନ ସବୁ ଭାସିଯାଇଛି । ଅନ୍ୟପଟେ ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ଜଳ ସ୍ତର ୧୫-୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଛି । ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗରେ ଥିବା ଅନେକ କୋଠା, ସଂରଚନା ଧୋଇ ହୋଇଯାଇଛି । ସିଙ୍ଗଟାମରେ ମେଘ ଫାଟିଯିବା ପରେ ସିକ୍କିମରେ ଫ୍ଲାସ୍ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବନ୍ୟା ପରି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।
ଅଧିକ ପଢନ୍ତୁ: ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ୬.୨ ତୀବ୍ରତାର ଭୂମିକମ୍ପ