ନୂଆଦିଲ୍ଲୀ: ସରକାରୀ ବାସଭବନରେ ବିପୁଳ ପରିମାଣରେ ନଗଦ ଅର୍ଥ ମିଳିବା ଘଟଣାରେ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ମୁସ୍କିଲ ବଢିବାରେ ଲାଗିଛି । ଏବେ ତାଙ୍କ ହାତରୁ ଜଜ ପଦ ଛଡାଇବା ପାଇଁ ପ୍ରକ୍ରିୟା ଶୀଘ୍ର ଆଗକୁ ବଢିପାରେ । ତାଙ୍କ ବିରୋଧରେ ସରକାର ମହାଭିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ଦେଇ ସାରିଛନ୍ତି । ଜୁଲାଇ ୨୧ରେ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରାଯିବ । ବର୍ତ୍ତମାନ ସରକାର ଏହା ଉପରେ ବିଚାର କରୁଛନ୍ତି ଯେ, ପ୍ରସ୍ତାବକୁ ପ୍ରଥମେ ରାଜ୍ୟସଭାରେ ଉପସ୍ଥାପନ କରିବେ ନା ଲୋକସଭାରେ ।
ବିରୋଧୀ ସାଂସଦ ମଧ୍ୟ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଆଗତ ହେବାକୁ ଥିବା ମହାଭିଯୋଗ ପ୍ରସ୍ତାବ ଉପରେ ସମର୍ଥନ ଦେବାକୁ ପ୍ରସ୍ତୁତ । ବାସ୍ କଂଗ୍ରେସର ଆଉ ଏକ ଦାବି ଜଷ୍ଟିସ ଶେଖର ଯାଦବଙ୍କ ଉପରେ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଅଣାଯାଉ । ଯିଏ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକ୍ରମରେ ସାଂପ୍ରଦାୟିକ ବୟାନ ଦେଇଥିଲେ ।
ସମ୍ବିଧାନର ଧାରା ୧୨୪(୪)ରେ ଜଜଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବାର ପୂରା ପ୍ରକ୍ରିୟା ରହିଛି । ଏହା ଅନୁସାରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କୌଣସି ବି ଜଜଙ୍କୁ ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଉପରେ ଲୋକସଭାରେ ଅତି କମରେ ୧୦୦ ସାଂସଦଙ୍କ ଦସ୍ତଖତର ଦରକାର । ଏହା ବ୍ୟତୀତ ରାଜ୍ୟସଭାର ୫୦ ପ୍ରତିଶତ ସାଂସଦଙ୍କ ସମର୍ଥନ ଜରୁରୀ । ଏହା ବ୍ୟତୀତ ମଞ୍ଜୁରୀ ପାଇଁ ଦୁଇ ତୃତୀୟାଂଶ ବହୁମତର ବି ନିୟମ ରିଛି । ଯଦି ଦୁଇ ସଦନରେ ବହୁମତରେ ପ୍ରସ୍ତାବ ପାରିତ ହେଉଛି ତେବେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯା । ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ସମ୍ବନ୍ଧିତ ଜଙ୍କୁ ପଦରୁ ହଟାଯାଏ ।
ତେବେ ଏହି ସବୁ ପ୍ରକ୍ରିୟା ମଧ୍ୟରେ ଏକ ପେଞ୍ଚ ରହିଛି । ତାହା ହେଉଛି ମହାଭିଯୋଗ ପ୍ରସ୍ତାବ ଯେବେ ସଂସଦକୁ ଅଣାଯାଏ ତେବେ ବାଚସ୍ପତି ପ୍ରସ୍ତାବର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥାନ୍ତି । ଏହି କମିଟିରେ ଭାରତର ପ୍ରଧାନ ବିଚାରପତି କିମ୍ବା ସୁପ୍ରିମକୋର୍ଟର ଅନ୍ୟ କୌଣସି ବିଚାରପତି, କୌଣସି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ବିଶେଷଜ୍ଞ ଆଇନ ବିଶାରଦଙ୍କୁ ସାମିଲ କରାଯାଏ । କମିଟିର ରିପୋର୍ଟରେ ଯଦି ସମ୍ବନ୍ଧିତ ଜଜଙ୍କ ଆଚରଣ ଉପରେ ପ୍ରଶ୍ନ ଉଠେ ତେବେ ସଦନରେ ମହାଭିଯୋଗ ପ୍ରସ୍ତାବ ଉପରେ ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଏ ।