ବଡୋଦରା: ବୁଧବାର ଗୁଜୁରାଟରେ ଅଘଟଣ । ଗମ୍ଭୀରା ସେତୁ ଭୁଶୁଡ଼ି ପଡ଼ିବା ପରେ ମହିସାଗର ନଦୀରେ ଗାଡ଼ି ଖସି ପଡ଼ିବାରୁ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ନିଜ ସୋସିଆଲ ମିଡ଼ିଆରେ ମୋଦୀ ମୃତକଙ୍କ ପରିବାରକୁ ସମାବେଦନ ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୋଦୀ ପ୍ରତି ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷର ସହାୟତା ରାଶୀ ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଚିକିତ୍ସା ବାବଦକୁ ୫୦ ହଜାର ଦିଆଯିବା ନେଇ ଘୋଷଣା କରିଛନ୍ତି ।
ଗୁଜୁରାଟ ବଡୋଦରା ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡ଼ିଥିଲା, ଯାହା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ପୋଲ ଭୁଶୁଡ଼ିବା ଯୋଗୁ ୫ଟି ଗାଡ଼ି ନଦୀକୁ ଖସି ପଡ଼ିଥିଲା। ପୋଲ ଉପରେ ଏକ ଟ୍ରକ ଫସି ରହିଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । ଏହି ସେତୁଟି ୧୯୮୫ ମସିହାରେ ନିର୍ମିତ ହୋଇଥିଲା। ଦୁର୍ଘଟଣା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।