ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଲିଆ ଭଟ୍ଟଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି । ଆଲିଆଙ୍କ ମାଆ ଅଭିନେତ୍ରୀ ସୋନି ରାଜଦାନ, ବେଦିକା ପ୍ରକାଶ ସେଟ୍ଟୀ ନାମକ ଜଣେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ବେଦିକାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।
ଆଲିଆଙ୍କ ପୂର୍ବତନ ମ୍ୟାନେଜର ଗିରଫ
ଆଲିଆ ଭଟ୍ଟଙ୍କ ମାଆ ସୋନି ରାଜଦାନ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ଆଲିଆ ୭୭ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଏହା ପରେ ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ଠକେଇ ଆଲିଆ ଭଟ୍ଟଙ୍କ ସହିତ ମେ ୨୦୨୨ ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଦୁଇ ବର୍ଷ ମଧ୍ୟରେ କରାଯାଇଥିଲା। ପ୍ରାୟ ୫ ମାସ ପରେ ପୋଲିସ ଅଭିଯୁକ୍ତ ପୂର୍ବତନ ମ୍ୟାନେଜରଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଏବଂ ତାଙ୍କୁ କୋର୍ଟରେ ମଧ୍ୟ ହାଜର କରିଛି। ସୂଚନା ଅନୁଯାୟୀ, ବେଦିକା ପ୍ରକାଶ ସେଟ୍ଟୀକୁ ପାଞ୍ଚ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ ଅଣାଯାଇଛି।
ପୋଲିସର ବଡ଼ ଖୁଲାସା
ପୋଲିସର ସୂଚନା ଅନୁଯାୟୀ, ବେଦିକା ପ୍ରକାଶ ସେଟ୍ଟୀ ମୁମ୍ବାଇର ମାରୋଲରେ ଥିବା ଏନଜି କୋଅପରେଟିଭ୍ ହାଉସିଂ ସୋସାଇଟିରେ ରୁହନ୍ତି। ସେ ସେତେବେଳେ ଆଲିଆଙ୍କ ମ୍ୟାନେଜର ଥିଲେ, ତେଣୁ ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଦାୟିତ୍ୱ ଦିଆଯାଇଥିଲା। ଯାହାର ସୁଯୋଗ ନେଇ ଠକେଇ କରିଥିଲେ । ସୂଚନା ଅନୁଯାୟୀ, ଅଭିଯୁକ୍ତ ବେଦିକା ସେଟ୍ଟୀ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଆଲିଆ ଭଟ୍ଟଙ୍କ ମ୍ୟାନେଜର ଭାବରେ କାମ କରୁଥିଲା । ଏହା ପୂର୍ବରୁ ସେ ଅନେକ ଅଭିନେତାଙ୍କ ବ୍ୟକ୍ତିଗତ ମ୍ୟାନେଜର ରହି ସାରିଛନ୍ତି।
ସୂଚନା ଅନୁଯାୟୀ, ଆଲିଆଙ୍କ ସହ କାମ କରିବା ସମୟରେ ବେଦିକା ନକଲି କାଗଜପତ୍ର ତିଆରି କରିଥିଲେ ଏବଂ ସେଗୁଡ଼ିକୁ ଆଲିଆ ଭଟ୍ଟଙ୍କଠାରୁ ଦସ୍ତଖତ କରାଇଥିଲେ। ବେଦିକା କହିଛନ୍ତି ଯେ ଏହି କାଗଜପତ୍ରଗୁଡ଼ିକ ତାଙ୍କ ଟ୍ରାଭେଲ୍, ମିଟିଂ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଥିଲା। ଏହା ମଧ୍ୟ ଜଣାପଡ଼ିଥିଲା ଯେ ବେଦିକା ଅନଲାଇନ୍ ଇମେଜିଂ ଆପ୍ ବ୍ୟବହାର କରି ଇନଭଏସ୍ ପରିବର୍ତ୍ତନ କରୁଥିଲେ। ସେ ନକଲି କାଗଜପତ୍ର ମଧ୍ୟ ପ୍ରସ୍ତୁତ ଆଲିଆଙ୍କଠୁ ଦସ୍ତଖତ ନେଇ ଟଙ୍କା ହଡ଼ପ କରିଛନ୍ତି । ଯେତେବେଳେ ଆଲିଆ ଇନଭଏସ୍ ଦସ୍ତଖତ କରୁଥିଲେ, ବେଦିକା ସେଗୁଡ଼ିକୁ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ପଠାଇ ଦେଉଥିଲେ, ଯିଏ ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁଥିଲେ।