ନୂଆଦିଲ୍ଲୀ: ସୁଶାସନ ପାଇଁ ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ୍ । ଏହା କହିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଉପରାଜ୍ୟପାଳ ରୋକିବା ପରେ ବି ସେ ଯେତେ କାମ କରିଛନ୍ତି, ଏଥିପାଇଁ ଶାସନ ଓ ପ୍ରଶାସନ ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍ । ଏହା ପୂର୍ବରୁ କେଜ୍ରିୱାଲ ନିଜର ଦୁଇ ଘନିଷ୍ଠ ସାଥୀ ମନୀଷ ସିସୋଦିଆ ଓ ସତ୍ୟନ୍ଦ୍ର ଜୈନଙ୍କ ପାଇଁ ଭାରତ ରତ୍ନ ଦାବି କରି ସାରିଛନ୍ତି । ତେବେ ପ୍ରଥମ ଥର ସେ ନିଜକୁ ନୋବେଲ ପୁରସ୍କାରର ହକଦାର ଭାବେ ବିବେଚନା କରିଛନ୍ତି ।
ଆପର ବରିଷ୍ଠ ନେତା ଜୈଶମିନ ଶାହଙ୍କ ପୁସ୍ତକ ‘କେଜ୍ରିୱାଲ ମୋଡେଲ’କୁ ପଞ୍ଜାବୀ ଭାଷାରେ ଉନ୍ମୋଚନ କରିଛନ୍ତି । ପଞ୍ଜାବର ମୋହାଲିର କଲକଟ ଭବବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିୱାଲ ପ୍ରଶାସନିକ ଅଧିକାରୀଠୁ ନେଇ ନେତା ହେବା ପର୍ଯ୍ୟନ୍ତ କାହାଣୀ ବର୍ଣ୍ଣନା କରିଥିଲେ । ଦିଲ୍ଲୀରେ ତାଙ୍କ ସରକାର ଦ୍ୱାରା ହୋଇଥିବା ଉନ୍ନତିମୂଳକ କାମ ବିଷୟରେ ଉଲ୍ଲେଖ କରିଥିଲେ । ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କ ସରକାରଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ ।
ସୂଚନା ଅଧିକାରୀ କର୍ମୀ ଭାବେ ମାଗାସେସେ ପୁରସ୍କାର ଜିତି ସାରିଥିବା କେଜ୍ରିୱାଲ ନିଜକୁ ନୋବେଲ ପୁରସ୍କାରର ହକଦାର ବୋଲି କହିଛନ୍ତି । ସେ କହିଛନ୍ତି, ଯେତେ ଦିନ ଆମ ସରକାର ରହିଥିଲା, ଆମକୁ କାମ କରିବାକୁ ଦିଆଯାଇ ନ ଥିଲା । ଏହା ସତ୍ତ୍ୱେ ବି ଆମେ କାମ କରି ଚାଲିଲୁ । ତେଣୁ ମୋ ମତରେ ସରକାର ଉପରେ ଏବଂ ପ୍ରଶାସନ ଗହଣରେ ନୋବେଲ ପୁରସ୍କାର ମିଳିବା ଉଚିତ୍ ।