ଭୂମିକମ୍ପରେ ଥରିଲା ଦେଶ ରାଜଧାନୀ ଦିଲ୍ଲୀ, ୬.୨ ତୀବ୍ରତାର ଭୂମିକମ୍ପ ହୋଇଥିବାର ସୂଚନା ମିଳୁଛି । କେବଳ ଦିଲ୍ଲୀ ନୁହେଁ ଦିଲ୍ଲୀ ଏନସିଆର ସମେତ ଭାରତର ଏକାଧିକ ଅଞ୍ଚଳରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳରେ ବୋଲି ଜଣାପଡିଛି, ଯେଉଁଠାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ମୁତାବକ, ଭୂମିକମ୍ପ ଆଜି ୨ଟା ୨୫ ମିନିଟରେ ହୋଇଛି । କେନ୍ଦ୍ରସ୍ଥଳୀରେ ଏହା ୫ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି । ଦିଲ୍ଲୀରେ ଭୂକମ୍ପ ଭୟରେ ଲୋକ ମାନେ ଘରୁ ବାହାରେ ରାସ୍ତାକୁ ଆସିଯାଇଛନ୍ତି । ଘରେ ଓ ଅଫିସରେ ଫ୍ୟାନ ହଲୁଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ଭୂକମ୍ପର ତୀବ୍ରତା ଏତେ ଥିଲା ଜେ ଲୋକମାନେ ଭୁକମ୍ପର ଝଟକା ଅନୁଭବ କରି ରାସ୍ତା ଉପରକୁ ଆସିଯାଇଛନ୍ତି ।
ଅଧିକ ପଢନ୍ତୁ: ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ଭାରତ ଓ କାନାଡ଼ାର ସମ୍ପର୍କ