ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ଭାରତ ଓ କାନାଡ଼ାର ସମ୍ପର୍କ । ଭାରତ କାନାଡାକୁ ଦେଇଛି ଏକ ବଡ଼ ଝଟକା ।
ସୂଚନା ଅନୁସାରେ , ପୂର୍ବରୁ ଭାରତ ଏବଂ କାନାଡ଼ା ମଧ୍ୟରେ ଚାଲିଥିଲା ଅନେକ ବିବାଦ । ଆଉ ଆଜି ଭାରତ କାନାଡାକୁ ଏକ ବଡ ଝଟକା ଦେଇଛି । ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଭାରତରୁ ତୁରନ୍ତ ଫେରାଇନେବାକୁ ଭାରତ ନିର୍ଦ୍ଦେଶ ଦେଇଛି । ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତରେ ଥିବା ସମସ୍ତ କୂଟନୈତିକ କର୍ମଚାରୀଙ୍କୁ କାନାଡା ଫେରାଇନେଉ । ଅପରପକ୍ଷରେ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ,ଭାରତ ସରକାର ଏ ସମ୍ପର୍କରେ କୌଣସି ବୟାନ ଜାରି କରିନାହାନ୍ତି । ଭାରତରେ କାନାଡାର ୬୨ ଜଣ କୂଟନୈତିକ କର୍ମଚାରୀ ରହିଛନ୍ତି । ଆଉ ଭାରତ କହିଛି ଯେ ସେମାନଙ୍କ ମଧ୍ୟରୁ ୪୧ ଜଣ କର୍ମଚାରୀଙ୍କୁ କାନାଡା ଫେରାଇନେଉ । ଭାରତ ବାରମ୍ବାର ଅଭିଯୋଗ କରିଛି କି ଖଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡା ସୁରକ୍ଷା ଦେଉଛି । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ କିଛିଦିନ ତଳେ ଅଭିଯୋଗ କରି କହିଥିଲେ , କି ଆତଙ୍କବାଦ ପଛରେ ଭାରତର ହାତ ରାହିଥାଇପାରେ । ଟ୍ରୁଡୋ ଙ୍କର ଏଭଳି ବୟାନ ପରେ ଭାରତ ଓ କାନାଡା ମଧ୍ୟରେ ଥିବା ବୈଦେଶିକ ସଂପର୍କରେ ତିକ୍ତତା ଆସିଛି । ଏହି କାରଣ ପାଇଁ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତୁଟିବାରେ ଲାଗିଛି ।
ଆଗକୁ ପଢନ୍ତୁ :- ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୨ ଯବାନ ଆହତ