ଦେଶର ୬୦୦ ଆଇନଜୀବୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିବା ପରେ ଏବେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି । ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ୨୧ ବିଚାରପତିଙ୍କ ଚିଠି । ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା କହି ଉଦବେଗ ପ୍ରକାଶ ସହ କିଛି ତତ୍ତ୍ଵ ଏଭଳି କରୁଥିବା ଅଭିଯୋଗ ହୋଇଛି । ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି ।
ଚିଠିରେ କୁହାଯାଇଛି ଯେ, ଯେଉଁମାନେ ଏପରି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବା ଏବଂ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଚାପ ପକାଇ ନ୍ୟାୟପାଳିକା ଛବିକୁ ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଯେଉଁମାନେ ଏଭଳି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରାଯାଉଛି । ଏଭଳି କାର୍ଯ୍ୟକଳାପ ନ୍ୟାୟପାଳିକାର ଅଖଣ୍ଡତାକୁ ଅସମ୍ମାନ କରବା ସହିତ ବିଚାରପତିଙ୍କ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି ।
ଅଧିକ ପଢ଼ନ୍ତୁ : ଅଦାଲତରେ ଆଉ ପଡ଼ି ରହିବନି ମାମଲା...