ଟିମ୍ ୱାର୍କ ଦ୍ୱାରା ରାଜକୋଷ ଲୁଟୁଛନ୍ତି ରାଜ୍ୟ ସରକାର - ବିଜେପି
Khabar Odisha:politics-odisha-bjp-press-meet-targeted-bjp-on-many-scam
ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆଜି ଘେରିଛି ରାଜ୍ୟ ବିଜେପି । ବିଜେଡି ସରକାର ରାଜ୍ୟ ରାଜକୋଷକୁ ଲୁଟିଥିବା ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଟିମ ୱାର୍କ ଦ୍ୱାରା ରାଜ୍ୟ ରାଜକୋଷ ସରକାର ଲୁଟୁଥିବା ବିଜେପି ଅଭିଯୋଗ କରିଛି । ହକି ବିଶ୍ୱକପରେ ଦୁର୍ନିତି ହୋଇଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ଗୋଷ୍ଠୀ କ୍ରୀଡାରେ ହୋଇଥିବା ଦୁର୍ନିତି ପରି ହକି ବିଶ୍ୱକପରେ ମଧ୍ୟ ଦୁର୍ନିତି ହୋଇଛି । ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ୮୭ କୋଟି ଟଙ୍କାର ବ୍ୟୟ ବରାଦ କଲେ କିନ୍ତୁ ଆରଟିଆଇ ମାଧ୍ୟମରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚର ବିବରଣୀ ମିଳି ପାରୁନି ବୋଲି ବିଜେପି ଅଭିଯୋଗ କରିଛି । ଦୀର୍ଘ ଦୁଇ ମାସ କାହିଁକି ତାର ଖୋଲା କରୁନାହାନ୍ତି ।

ଖଣି ଘୋଟାଲାରେ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ ସରକାରଙ୍କ ଜ୍ଞାତସାରରେ ଏହି ଘୋଟାଲା ହୋଇିଛି । ଏମସ ମାଇନିଂର ଘୋଟାଲକୁ ନେଇ ବିଜେପି ରାଜ୍ୟ ସରକାରଙ୍କ କାର୍ୟ୍ୟ କୁ ନିନ୍ଦା କରିଛି । ଭିଜିଲାନ୍ସ ଜଜ ଅର୍ଡର କରିବା ପରେ ମଧ୍ୟ ରାଜ୍ୟ କୌଣସି ଟଙ୍କା ଆଦାୟ କରିନାହାନ୍ତି । ଏହା ସହ ଶାହା କମିଶନ ମଧ୍ୟ ତାଙ୍କ ଉପରେ ୮ କୋଟି ଟଙ୍କା ଜୋରିମାନ କରିଥିଲେ । ମଏସ ମାଇନିଂରେ ଘୋଟାଲାରେ ରାଜନୈତିକ ସମ୍ପକ୍ତି ଥିବା ବିଜେପି ଅଭିଯୋଗ କରିଛି । ସରକାର ୧୩୦ କୋଟି ଟଙ୍କା ଆଦାୟ କରିବା ପରିବର୍ତ୍ତେ ରିଭ୍ୟୁ ପିଟିସନରେ ତାଙ୍କୁ କ୍ଷାମା ଦେବାକୁ ଯୋଜନା କରୁଛନ୍ତି  ସମୀର ମହାନ୍ତି କହିଛନ୍ତି ।  

  • Tags:

Subscribe

National International State Sports Entertainment