ବଶୀରହାଟରେ ବର୍ଷିଲେ ମୋଦୀ, ଗୁଳି ଏବଂ ବମ୍ ଧରି ବିନାଶ ମାର୍ଗରେ ଦିଦିଙ୍କ ଗୁଣ୍ଡା
Khabar Odisha:national-political-odisha-lok-sabha-chunav-2019-pm-modi-attacks-mamata-in-bengal-rally
ନୂଆଦିଲ୍ଲୀ, ମଇ ୧୫ (ଖବର ଓଡିଶା) :

କୋଲକାତାରେ ମଙ୍ଗଳବାର ଦିନ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋକୁ ନେଇ ହୋଇଥିବା ହଙ୍ଗାମା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଶୀରହାଟରେ ପହଂଚିଛନ୍ତି । ଏହି ସମୟରେ ମୋଦୀ ଏକ ଜନସଭାରେ ସମ୍ବୋନ୍ଧିତ କରି ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ମୋଦୀ କହିଛନ୍ତି କି, ମମତା ଦିଦି ପ୍ରତିଶୋଧ ନେବେ ବୋଲି ଦୁଇ ଦିନ ପୂର୍ବରୁ ସାର୍ବଜନୀନ ଭାବରେ ଘୋଷଣା କରିଥିଲେ । ସେ ୨୪ ଘଂଟା ମଧ୍ୟରେ ତାଙ୍କର ଜିଦ୍ ପୂରା କରିଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋ ଉପରେ ଆକ୍ରମଣ ହୋଇଛି । 

ମୋଦୀ କହିଛନ୍ତି କି, ଦିଦିଙ୍କ ଗୁଣ୍ଡା ଗୁଳି ଏବଂ ବମ୍ ଧରି ବିନାଶ ଲୀଳା କରୁଛନ୍ତି । କିନ୍ତୁ ଲୋକତନ୍ତ୍ର ପ୍ରତି ଶ୍ରଦ୍ଧାକୁ ନେଇ ପଶ୍ଚିମବଙ୍ଗବାସୀ ଏହାକୁ ସାମ୍ନା କରିବେ । କଣ ଆପଣଙ୍କୁ ଲାଗୁଛି ମୋଦୀ ଏହା ଦେଖି ଡରିଯିବ । ସେଠାରେ ବିଜେପି ନେତାଙ୍କୁ ରାଲି କରିବାକୁ ଦିଆଯାଉ ନାହିଁ । ଭୋଟରଙ୍କୁ ଭୋଟ ଦେବାରେ ବାଧା ସୃଷ୍ଟି କରୁଛନ୍ତି । ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେଉଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତିଙ୍କୁ ମଧ୍ୟ ଗୁଣ୍ଡାମାନେ ଛାଡି ନାହାଁନ୍ତି । ଦିଦି ମଧ୍ୟ ନିଜେ କଳାକାର । 

ମୋଦୀ ପୁଣି କହିଛନ୍ତି କି, ଦିଦି ଜନତାଙ୍କୁ ଧୋକା ଦେଉଛନ୍ତି । ଚିଟଫଣ୍ଡ ନାମରେ ଗରୀବଙ୍କ ଟଙ୍କା ଲୁଟ କରାଯାଉଛି । ସେ ଭ୍ରଷ୍ଟାଚାରୀଙ୍କୁ ରକ୍ଷା କରିବା ପାଇଁ ଅନଶନରେ ବସୁଛନ୍ତି । ପଶ୍ଚିମବଙ୍ଗବାସୀ ଉତର ମାଗିଲେ ଦିଦି ଗାଳି କରୁଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଉଥିବା ଦିଦିଙ୍କୁ ବୁଦ୍ଧି ଶିଖେଇବା ନିହାତି ଜରୁରୀ । ଏହା ଏକବିଂଶ ଶତାବ୍ଦୀର ଭାରତ । ଆପଣ ଯେପରି ନଭୁଲନ୍ତି । ଯଦି ଜନତା ଆପଣଙ୍କୁ ଆକାଶରେ ବସାଇ ପାରନ୍ତି ତେବେ ସେମାନେ ତଳେ ମଧ୍ୟ କଚାଡି ପାରନ୍ତି । 

Subscribe

National International State Sports Entertainment