ମାହାଙ୍ଗା, ଜୁନ ୨୫(ଖବର ଓଡିଶା):
ପୋଲିସ ଘରେ କଳାକନା ବୁଲାଇଲେ ଚୋର । ପୋଲିସ ଏଏସଆଇ ସୁଧାଂଶୁ ସାମଲଙ୍କ ଘରେ ଚୋର କଳା କନା ବୁଲାଇ ଦେଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ ।
ସୁଧାଂଶୁ ଅନୁଗୋଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ଅଛନ୍ତି । ସେହିପରି ତାଙ୍କ ପତ୍ନୀ ଅନୁଗୋଳ ଏସପି ଅଫିସରେ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି । ସୁଧାଂଶୁଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ।
ସୁଧାଂଶୁ ଘରୁ ଚୋରମାନେ ତାଲା ଭାଙ୍ଗି ଆସବାବପତ୍ର ସହିତ ଗହଣାଗଣ୍ଠି ନେଇଯାଇଛନ୍ତି । ଏନେଇ ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।