ଜୁଲାଇ 6 ରୁ 19 ଯାଏଁ ଦିଲ୍ଲୀ ମୁମ୍ବାଇ ସମେତ ୬ ଟି ସହରରୁ କୋଲକାତାକୁ ଉଡ଼ିବନି କୌଣସି ବିମାନ
Khabar Odisha:National-no-flights-from-6-places-to-Kolkata
ନୂଆଦିଲ୍ଲୀ, ଜୁଲାଇ 4 (ଖବର ଓଡ଼ିଶା):

 ପଶ୍ଚିମବଙ୍ଗରେ ମହାମାରୀ କରୋନା କାୟା ମେଲାଇ ଚାଲିଛି । ଜୁଲାଇ ୬ ତାରିଖ ଠାରୁ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୌଣସି ବିମାନ କୋଲକାତାରେ ଅବତରଣ କରି ପାରିବ ନାହିଁ । ପଶ୍ଚିମବଙ୍ଗ ସରକାର କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ କହିଛନ୍ତି | 

କୋଲକାତା ବିମାନବନ୍ଦର ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ମୁତାବକ, ଜୁଲାଇ ୬ ତାରିଖ ରୁ ଜୁଲାଇ ୧୯ ପର୍ଯ୍ୟନ୍ତ କୋଲକାତାକୁ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୌଣସି ବିମାନ ଚଳାଚଳ କରିବ ନାହିଁ। ପୂର୍ବରୁ ମଧ୍ୟ କରୋନା ହଟସ୍ପୋଟ ଅଞ୍ଚଳ ରୁ ଟ୍ରେନ ଚଳାଚଳ କମ୍ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ ।

  • Tags:

Subscribe

National International State Sports Entertainment