ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରୋନା ସଂକ୍ରମିତ
Khabar Odisha:Former-Maharashtra-Chief-Minister-Devendra-Fadnavis-Corona-infected
ମହାରାଷ୍ଟ୍ର, ଅକ୍ଟୋବର ୨୪ (ଖବର ଓଡ଼ିଶା):

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ସଂକ୍ରମିତ ହେବା ବିଷୟରେ ଫଡନାଭିସ୍ ସୂଚନା ଦେଇଛନ୍ତି। ଏଥି ସହିତ ତାଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କୁ କରୋନା ପରୀକ୍ଷା ଏବଂ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେବେନ୍ଦ୍ର ଫଡନାଭିସ୍ ଟ୍ୱିଟ୍ କରି କହିଛନ୍ତି, 'ଲକଡାଉନ ପରଠାରୁ ମୁଁ ପ୍ରତ୍ୟେକ ଦିନ କାମ କରିଆସୁଥିଲି, କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଭଗବାନ ମୋତେ କିଛି ସମୟ ବନ୍ଦ କରି ଛୁଟି ନେବାକୁ ଚାହାଁନ୍ତି । ମୁଁ କୋଭିଡ -19 ସଂକ୍ରମିତ ହୋଇଛି ଏବଂ ମୁଁ କ୍ବାରେଣ୍ଟାଇନରେ ରହିଛି । ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରୁଛି 

ଅନ୍ୟ ଏକ ଟ୍ବିଟରେ ସେ ଯୋଗାଯୋଗ କରୁଥିବା ଲୋକଙ୍କୁ କରୋନା ଯାଞ୍ଚ କରିବାକୁ କହିଛନ୍ତି। ସେ ଟ୍ବିଟ କରି କହିଛନ୍ତି, 'ଯେଉଁମାନେ ମୋ ସହ ଯୋଗାଯୋଗ କରିଛନ୍ତି ସେମାନଙ୍କୁ କୋଭିଡ -19 ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।

  • Tags:

Subscribe

National International State Sports Entertainment