ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ଝଡ ଆସିବାରେ ଲାଗିଛି । ମଙ୍ଗଳବାର ପାକିସ୍ତାନ କୋର୍ଟ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶାରାଙ୍କୁ ଲାଞ୍ଚ କାରବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୦ ମିଲିୟନ ପାଉଣ୍ଡ ଅଲ କାଦିର ଦୁର୍ନୀତି ମାମଲାରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଜଜ୍ ନାସିର ଜାଭେଦ ରାଣା ରାୱଲପିଣ୍ଡିର ଉଚ୍ଚ ସୁରକ୍ଷା ଆଦିୟାଲା ଜେଲରେ ଏହି ଶୁଣାଣି କରିଛନ୍ତି। ଜଜ୍, ଇମ୍ରାନ ଖାନ ଏବଂ ବୁଶାରାଙ୍କ ଉପସ୍ଥିତିରେ କୋର୍ଟ ପରିସରରେ ଚାର୍ଜସିଟ୍ ପାଠ କରିଛନ୍ତି । ଅଲ କାଦିର ୟୁନିଭର୍ସିଟି ଟ୍ରଷ୍ଟ ନାମରେ ଶହ ଶହ ଜମି ଅଧିଗ୍ରହଣ ଅଭିଯୋଗରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଯାଞ୍ଚ ଆରମ୍ଭ କରିଛି। ଏହି ଅନୁସନ୍ଧାନରୁ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ୫୮ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରାଯିବ ।
ଅଧିକ ପଢନ୍ତୁ : ଶଟ୍ଡାଉନ୍ ପାଇଁ ଆମେରିକା କଂଗ୍ରେସରେ ଝଡ଼