ଇସ୍ରାଏଲ ଉତକ୍ଷେପଣ କଲା ଅତ୍ୟାଧୁନିକ ଗୁପ୍ତଚର ସାଟେଲାଇଟ
Khabar Odisha:israel-launch-new-detective-satelite
ଜେରୁଜେଲମ, ଜୁଲାଇ ୦୬ (ଖବର ଓଡ଼ିଶା):

ସୋମବାର, ଇସ୍ରାଏଲ୍ ଏକ ନୂତନ ତଥା ଅତ୍ୟାଧୁନିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିଛି । ଯାହା ଦ୍ୱାରା ସାମରିକ ଇଣ୍ଟେଲିଜେନ୍ସ ସଂସ୍ଥା ମାନଙ୍କୁ ଶତୃ ଦେଶମାନଙ୍କ ଉପରେ କଡା ନଜର ରଖିବାରେ ସାହାର୍ଯ୍ୟ କରିବ ।

ଏହି ଉପଗ୍ରହକୁ ଉତକ୍ଷେପଣ କରି ଇସ୍ରାଏଲ୍ ଏହାର ନୀରିକ୍ଷଣ କ୍ଷମତା ବଢାଇଛି । ଇସ୍ରାଏଲ ମୁଖ୍ୟତଃ ଇରାନ ପରି 'ଶତ୍ରୁ' ଦେଶ ଉପରେ ନଜର ରଖିପାରିବା ନେଇ ଏଭଳି ଗୁଇନ୍ଦା ସାଟେଲାଇଟ ଉତକ୍ଷେପଣ କରୁଥିବା ଜଣାପଡିଛି । ଇସ୍ରାଏଲ୍ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନିଜ ପାଇଁ ବିପଦ ମନେ କରୁଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ଇସ୍ରାଏଲ୍ ଦ୍ୱାରା ନିର୍ମିତ ଶୋଭିଟ୍ ରକେଟ୍ ସାହାଯ୍ୟରେ OFEC 16 ନାମକ ଏକ ଉପଗ୍ରହକୁ ମହାକାଶକୁ ପଠାଯାଇଛି।

OFEC 16 କୁ ଏକ ଆଧୁନିକ ଉପଗ୍ରହ ଭାବରେ ବର୍ଣ୍ଣନା କରି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ କହିଛନ୍ତି ଯେ ଆମେ ସବୁ ଦିଗରେ, ସବୁ ସ୍ଥାନରେ ଇସ୍ରାଏଲର ଦକ୍ଷତାକୁ ଦୃଢ କରିବା ନେଇ କାର୍ଯ୍ୟ ଜାରି ରଖିବୁ।

  • Tags:

Subscribe

National International State Sports Entertainment