ଆଫଗାନିସ୍ତାନରେ ପ୍ରବଳ ବର୍ଷା ହେତୁ ତିନି ଦିନର ବନ୍ୟାରେ ଅତି କମରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ରବିବାର ତାଲିବାନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ତାଲିବାନ ମୁଖପାତ୍ର ଅବଦୁଲ୍ଲା ଜନାନ ସେକ ରବିବାର କହିଛନ୍ତି ଯେ ଏହି ବନ୍ୟା ପରିସ୍ଥିତି ରାଜଧାନୀ କାବୁଲ ଏବଂ ଅନେକ ଅଞ୍ଚଳକୁ ପ୍ରଭାବିତ କରିଛି।
ସେ କହିଛନ୍ତି ଯେ ୬୦୦ ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ପ୍ରାୟ ୨୦୦ ପଶୁଙ୍କ ଜୀବନ ଯାଇଛି । ବନ୍ୟା ଯୋଗୁଁ ପ୍ରାୟ ୮୦୦ ହେକ୍ଟର ଚାଷ ଜମି ଏବଂ ୮୫ କିଲୋମିଟରରୁ ଅଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଫରାହ, ହେରାଟ, ଦକ୍ଷିଣ ଜାବୁଲ ଏବଂ କାନ୍ଦାରରେ ସର୍ବାଧିକ କ୍ଷତି ହୋଇଥିବା ଆକଳନ କରାଯାଉଛି । ଆଫଗାନିସ୍ତାନର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଫଗାନିସ୍ତାନର ୩୪ ଟି ସ୍ଥାନ ମଧ୍ୟରୁ ଅଧିକାଂଶ ସ୍ଥାନରେ ଆଗାମୀ ଦିନରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ।
ଅଧିକ ପଢନ୍ତୁ : ଇଣ୍ଡୋନେସିଆରେ ଭୂସ୍ଖଳନ : ୧୪ ମୃତ