ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ରବିବାର ଏକ ବଡ଼ ଭୂସ୍ଖଳନ ଘଟିଛି। ଘରେ ଏକ ଉତ୍ସବ ଚାଲିଥିବା ସମୟରେ ଏହି ଭୂସ୍ଖଳନ ହୋଇଥିଲା। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ରହିଥିବା ସୂଚନା ରହିଛି। ଏହାପରେ ନିଖୋଜଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରିରହିଛି ।
ସୂଚନା ଯୋଗ୍ୟ ଶନିବାର ରାତିରେ ତାନା ତୋରଜା ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ଆଖପାଖ ପାହାଡ଼ ଖସି ଘର ଉପରେ ପଡ଼ିଥିଲା। ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଛି ।