ପାକିସ୍ତାନକୁ ବଡ଼ ଝଟକା, ଓଆଇସିରେ ଉଠିବନି କାଶ୍ମୀର ପ୍ରସଙ୍ଗ
Khabar Odisha:The-big-issue-in-Pakistan-is-the-issue-of-Kashmir-in-the-OAS
ଦିଲ୍ଲୀ,ନଭେମ୍ବର 27 (ଖବର ଓଡ଼ିଶା):

 ପାକିସ୍ତାନକୁ ଇସଲାମିକ ଦେଶର ସଙ୍ଗଠନ ଓଆଇସିରୁ ପୁଣି ଥରେ ଝଟକା ଲାଗିଛି । ଇସ୍ଲାମିକ୍ ସହଯୋଗୀ ସଙ୍ଗଠନ ବା ଓଆଇଏସିର ମନ୍ତ୍ରୀ ମାନଙ୍କ ବୈଠକରେ କାଶ୍ମିରକୁ ଅର୍ନ୍ତଭୁକ୍ତ କରାଯାଇନାହିଁ । ଯାହାକୁ ପାକିସ୍ତାନ ମାନିବାକୁ ପ୍ରସ୍ତୁତ ନୁହେଁ ଏବଂ ଝଟକାକୁ ସହି ନପାରି ଏହାକୁ ଅଣଦେଖା କରିବା ଆରମ୍ଭ କରିଛି । ଓଆଇସି ଇଂଗ୍ରାଜି ଓ ଆରବୀ ଏହି ଦୁଇ ଭାଷା ରେ ବୟାନ ଦେଇଛି ଯେ, କାଶ୍ମୀରରେ ଯେ କୌଣସି ଏଜେଣ୍ଡାକୁ ଆଇନ୍ ରେ ପରିଣତ କରିହେବ ନାହିଁ । ସାଉଦି ଆରବ ସିଏଫଏମ୍ ଏହି ବୈଠକର ନେତୃତ୍ୱ ନେଉଛନ୍ତି । 

ପାକିସ୍ତାନୀ ଖବରକାଗଜ ଡନର ଖବର ଅନୁସାରେ, ଏଥର କାଶ୍ମୀର ଓଆଇସିର ଏଜେଣ୍ଡାର ସେତେବେଳେ ବାଦ୍ ପଡିଛି ଯେତେବେଳେ ପାକିସ୍ତାନର ସମ୍ବନ୍ଧ ସାଉଦି ଆରବ ଏବଂ ୟୁଏଇ ସହ ଅତ୍ୟନ୍ତ ଖରାପ ଚାଲିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ କାଶ୍ମୀର ହେଉଛି ଓଆଇସିର ସ୍ଥାୟୀ ପ୍ରସଙ୍ଗ। ସେ କହିଛନ୍ତି ଯେ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ହେବା ପରେ ସିଏଫଏମ ର ଏହା ହେଉଛି ପ୍ରଥମ ବୈଠକ। ପାକିସ୍ତାନ ଆଶା କରିଥିଲା ଯେ ଏଥର ବୈଠକରେ କାଶ୍ମୀର ଉପରେ ସମର୍ଥନ ମିଳିବ କାରଣ 

ପାକିସ୍ତାନ ଏକ ଇସଲାମିକ ଦେଶ ଏବଂ ଏହା କାଶ୍ମୀରକୁ ମୁସଲମାନମାନଙ୍କ ସହ ଯୋଡିଛି। ଏହି ତର୍କ ଆଧାରରେ ସେ ଇସଲାମିକ ଦେଶମାନଙ୍କର ସଂଗଠନକୁ ଜୋରଦାର ଭାବେ ବୃଦ୍ଧି କରାଯାଉଛି। କିନ୍ତୁ ଏ ପର‌୍ୟ୍ୟନ୍ତ କୌଣସି ସମର୍ଥନ ନଥିଲା ଏବଂ ଭାରତ-ସାଉଦି ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଥିଲା। ଏପରିକି ୟୁଏଇ ପାକିସ୍ତାନୀମାନଙ୍କୁ ନୁଆ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛି।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ କାଶ୍ମୀର ପ୍ରସଙ୍ଗରେ ଅଧିବେଶନରେ ଦୃଢ ସମର୍ଥନ ପାଇଁ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଓସିଏର ଏଜେଣ୍ଡା ଉପରେ କାଶ୍ମୀର ପ୍ରସଙ୍ଗ ହେଉଛି ସର୍ବ ପୁରାତନ ବିବାଦ । ପାକିସ୍ତାନୀ ମୁଖପାତ୍ର କହିଛନ୍ତି ଯେ ଓସିଏ ଦଶନ୍ଧି ଧରି ସିଏଫଏମ ପ୍ରସ୍ତାବ ଏବଂ ସମ୍ମିଳନୀ ମାଧ୍ୟମରେ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରୁଛି। 

ଜାହିଦ ଚୌଧୁରୀ ଆହୁରି କହିଛନ୍ତି ଯେ ଜାମ୍ମୁ କାଶ୍ମୀର ପାଇଁ ଗଠିତ ଓଆଇସିର ଯୋଗାଯୋଗ ଗୋଷ୍ଠୀ ଗତ ୧୫ ମାସ ମଧ୍ୟରେ ତିନିଥର ବୈଠକ ଡାକିଛନ୍ତି। ଶେଷ ବୈଠକ ରେ ମଧ୍ୟ ଭାରତରୁ ଏହାର ବେଆଇନ ପଦକ୍ଷେପ ପ୍ରତ୍ୟାହାର କରି ଏହି ଅଞ୍ଚଳରେ ମାନବିକ ଅଧିକାରର ଉଲ୍ଲଂଘନକୁ ରୋକିବାକୁ ଦାବି କରାଯାଇଥିଲା।

  • Tags:

Subscribe

National International State Sports Entertainment