ମସ୍କୋ: ରୁଷ୍ର ରାଜଧାନୀ ମସ୍କୋରେ ମଙ୍ଗଳବାର ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣରେ ପରମାଣୁ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ରୁଷୀୟ ଜେନେରାଲଙ୍କ ମୃତ୍ୟୁ ଘଟିଛି। କ୍ରେମଲିନଠାରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରିଆଜାନସ୍କି ପ୍ରୋସ୍ପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ ବିଲ୍ଡିଂ ନିକଟରେ ରୁଷିଆର ପରମାଣୁ, ଜୈବିକ ଏବଂ ରାସାୟନିକ ସୁରକ୍ଷା ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲଲୋଭଙ୍କ ମୃତ୍ୟୁ ଘଟିଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୁଷିଆର ପରମାଣୁ, ଜୈବିକ ଏବଂ ରାସାୟନିକ ସୁରକ୍ଷା ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲଲୋଭ କ୍ରେମଲିନଠାରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବଦିଗରେ ରାସ୍ତା ଆରମ୍ଭ କରୁଥିବା ରିଆଜାନସ୍କି ପ୍ରୋସ୍ପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ନିହତ ହୋଇଛନ୍ତି।
ବୋମା ଦ୍ବାରା ରୁଷୀୟ ସଂଘର ସଶସ୍ତ୍ର ବାହିନୀର ବିକିରଣ, ରାସାୟନିକ ଓ ଜୈବିକ ସୁରକ୍ଷା ବାହିନୀର ମୁଖ୍ୟ ଇଗୋର କିରିଲଲୋଭ ଏବଂ ତାଙ୍କ ସହାୟକଙ୍କୁ ହତ୍ୟା କରାଯାଇଛି। ପୁଲିସ ଏକ ଅପରାଧିକ ମାମଲା ରୁଜୁ କରିଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ବାଇକ୍ ଚଳାଉଥିବା ବେଳେ ହୃଦ୍ଘାତରେ ଯୁବକଙ୍କ ମୃତ୍ୟୁ