ଏପ୍ରିଲ ୮ ତାରିଖରେ ଲାଗିବ ସୂର୍ଯ୍ୟ ପରାଗ । ଏଥିପାଇଁ ବୈଜ୍ଞାନିକଙ୍କ ପକ୍ଷରୁ ସର୍ବସାଧାରଣଙ୍କୁ ଏକ ଚେତାବନୀ ଦିଆଯାଇଛି । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିପାରେ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ସଡକ ଦୂର୍ଘଟଣା ବଢିବ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଏଥିପାଇଁ ସେମାନେ ସମସ୍ତଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ,୨୦୧୭ ହୋଇଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ସଡକ ଦୁର୍ଘଟଣା ହୋଇଥିଲା। ଯାହାକୁ ସେମାନେ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି । ଗ୍ରେଟ ଆମେରିକା ଏକ୍ଲିପ୍ସ ଅଫ ୨୦୧୭ ର ସୂଚନା ମୁତାବକ ୨୦୧୭ରେ ହୋଇଥିବା ପୂର୍ଣ ସୂର୍ଯ୍ୟପାରାଗ କମ ସମୟ ପାଇଁ ହୋଇଥିଲେ ମଧ୍ୟ ସଡକ ଦୁର୍ଘଟଣା ଦ୍ରୁତ ଗତିରେ ବଢିଯାଇଥିଲା । ଏହାର ଷ୍ଟଡି ରିପୋର୍ଟ JAMA Internal Medicine ରେ ପ୍ରକାଶ ପାଇଥିଲା । ତେବେ ସୂର୍ଯ୍ୟ ପରାଗ ଲାଗିବା ପର ଘଣ୍ଟାରେ ମଧ୍ୟ ଅଧିକ ଦୁର୍ଘଟଣା ହୋଇପାରେ ବୋଲି ଡା. ରିଡେଲମୀୟର କହିଛନ୍ତି । ଏଥିସହ ସମସ୍ତଙ୍କୁ ସତର୍କର ସହ ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।