ଦୁଇ ଦିନ ପରେ ଭାରତର ଉପହାର କୋଭିଡ-୧୯ ଟିକା ଗ୍ରହଣ କରିବ ଶ୍ରୀଲଙ୍କା
Khabar Odisha:Nation-Sri-Lanka-to-receive-Indias-gift-of-COVID-19-vaccines-on-January-27

ନୂଆଦିଲ୍ଲୀ/କଲମ୍ବୋ, ଜାନୁଆରୀ ୨୪ (ଖବର ଓଡ଼ିଶା): ଭାରତ ଘୋଷଣା କରିଛି ଯେ, ଦେଶ ଉପହାର ସ୍ୱରୂପ କୋଭିଡ-୧୯ ଟିକା ଶ୍ରୀଲଙ୍କାକୁ ପଠାଇବ । ଆସନ୍ତା ସପ୍ତାହରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଘୋଷଣା କରିଛନ୍ତି ଯେ, ଜାନୁଆରୀ ୨୭ ତାରିଖରେ ଭାରତରୁ କୋଭିଡ ଟିକା ଆସିବ । 

ଭାରତରେ ପ୍ରସ୍ତୁତ କୋଭିଡ-୧୯ଟିକା ‘କୋଭିଶିଲ୍ଡ’ ଶ୍ରୀଲଙ୍କାକୁ ୫ ଲକ୍ଷ ଡୋଜ ଯିବ । ଏଥି ସହିତ ଶ୍ରୀଲଙ୍କା ଅଷ୍ଟମ ରାଷ୍ଟ୍ର ଭାବେ ଭାରତରୁ ରପ୍ତାନୀ ହୋଇଥିବା ଟିକା ତାଲିକାରେ ଯୋଡ଼ିହୋଇଯିବ । ଭାରତରେ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହୋଇଯିବା ପରେ ଗତ ବୁଧବାର ଠାରୁ ପଡୋଶୀ ରାଷ୍ଟ୍ରଗୁଡ଼ିକୁ ଟିକା ରପ୍ତାନୀ ହୋଇଛି । 

ସୂଚନାଯୋଗ୍ୟ, ଭାରତ ପ୍ରଥମେ କରୋନା ଟିକାକୁ ଭୂଟାନ ଓ ମାଳଦୀପ ପଠାଇବା ପରେ  ମିାଆଁମାର, ନେପାଳ, ବାଂଲାଦେଶକୁ କରୋନା ଟିକା ପଠାଇଛି । ଭୂଟାନ ୧ଲକ୍ଷ ୫୦ ହଜାର ଡୋଜ, ମାଲଦୀବସ ୧ ଲକ୍ଷ ଡୋଜ, ବାଂଲାଦେଶ ୨୦ ଲକ୍ଷ ଡୋଜ, ମିଆଁମାର ୧ଲକ୍ଷ ୫୦ ହଜାର ଡୋଜ, ସିୟାଚିଲ ୫୦ ହଜାର ଡୋଜ ଓ ମରିସସ ୧ ଲକ୍ଷ ଡୋଜର କୋଭିଡ ଟିକା ଗ୍ରହଣ କରିଛି । ଭାରତ ଏବେ ଶ୍ରୀଲଙ୍କାକୁ ଟିକା ପଠାଇବ । ସେହିପରି ଦକ୍ଷିଣ ଆଫ୍ରିକାରେ ଭାରତର ଟିକାକୁ ମଂଜୁରୀ ମିଳିବା ପରେ ଖୁବ ଶ୍ରୀଘ୍ର ଭାରତ ଏହା ପଠାଇବ ବୋଲି ଜାତୀୟ ଗଣମାଧ୍ୟମ ରିପୋଟଁ କରିଛି । 

ସେରମ ପ୍ରତିଷ୍ଠାନ ଦ୍ୱାରା ଉତ୍ପାଦିତ ହୋଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା- କୋଭିଶିଲ୍ଡ ଟିକା ଗୁରୁବାର ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିଥିଲା ଏବଂ ଏହା କାଠମାଣ୍ଡୁସ୍ଥିତ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିଥିଲା । ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ହୃଦୟେଶ ତ୍ରିପାଠୀ, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ନବରାଜ ରାୱତ, ସଚିବ ଲକ୍ଷ୍ମଣ ଆର୍ଯ୍ୟାଲ ଓ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କାୱାତ୍ରା ଟିକା ପହଂଚିବା ସମୟରେ ଉପସ୍ଥିତ ଥିଲେ । ଏହି ଅବସରରେ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କହିଥିଲେ ଯେ, ଗୋଟିଏ ସପ୍ତାହ ପୂର୍ବରୁ ଭାରତ ସରକାରଙ୍କ ବିଦେଶ ବ୍ୟାପର ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶୃତି ପୂରଣ କରାଯାଇଛି । ଶେଷରେ ନେପାଳକୁ ଭାରତ କରୋନା ଟିକା ଯୋଗାଇଛି । ଭାରତର ପଡୋଶୀକୁ ପ୍ରାଥମିକତା ଭିତ୍ତିରେ ଏହି ଟିକା ମିଳିଛି । 

 

  • Tags:

Subscribe

National International State Sports Entertainment