ଆମେରିକା ପରେ ଏବେ ଶ୍ରୀଲଙ୍କାରେ ୭୩ ଭାରତୀୟ ଗିରଫ
Khabar Odisha:International-Odisha-73-indian-arrested-in-sri-lanka-for-violating-visa-norms
କୋଲମ୍ବୋ,ଫେବୃଆରୀ୦୨(ଖବର ଓଡ଼ିଶା):

 ଆମେରିକା ପରେ ଏବେ ଶ୍ରୀଲଙ୍କାରେ ମଧ୍ୟ ଭିସା ନିୟମର ଉଲ୍ଲଙ୍ଘନ କରିବା ଆରୋପରେ ଭାରତୀୟଙ୍କୁ ଗିରଫ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଭିସା ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୭୫ ଭାରତୀୟଙ୍କୁ ଗିରଫ କରିଛି। ଇମିଗ୍ରେସନ ଆଣ୍ଡ ଡିପାର୍ଟମେଣ୍ଟ ଅଧିକାରୀ କହିଛନ୍ତି ଯେ ଶନିବାର ଭାରତୀୟ ମୂଳନିବାସୀର ୪୯ ଜଣଙ୍କୁ ମତୁଗାମାର ଏକ ଫ୍ୟାକ୍ଟ୍ରିରୁ ଗିରଫ  କରାଯାଇଛି। ସେମାନେ ଭିସାର ଅବଧି ଶେଷ ହେବା ପରେ ହିଁ ସେଠାରେ ରହୁଥିଲେ।

ଅଧିକାରୀ କହିଛନ୍ତି ଯେ ଗତ ମାସରେ ଇଙ୍ଗିରିଆର ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ୨୪ ଭାରତୀୟଙ୍କୁ ଗିରଫ କରାଯାଇଥିଲା। ଏହି ପରି ମୋଟ୍ ୭୩ ଭାରତୀୟଙ୍କୁ ଗିରଫ  କରାଯାଇଛି।

ସେମାନଙ୍କ ଉପରେ ମଧ୍ୟ ଭିସା ଅବିଧି ଶେଷ ହେବା ପରେ  ବେଆଇନ ଭାବେ ରହୁଥିବାର ଅଭିଯୋଗ ଲାଗିଥିଲା। ଏବେ ଗିରଫ ହୋଇଥିବା ଲୋକଙ୍କୁ ମିରିହାନାର ଇମିଗ୍ରେସନ ଡିଣ୍ଟେସନ ସେଣ୍ଟରକୁ ପଠାଇ ଦିଆଯାଇଛି। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଗିରଫ ହୋଇଥିବା ସବୁ ଲୋକଙ୍କୁ ଜରୁରୀ ଔପଚାରିକ କାମ ପୂରା ହେବା ପରେ ଭାରତ ପଠାଇ ଦିଆଯିବ। 

ଆମେରିକାରେ ଗିରଫ ହୋଇଛନ୍ତି ୧୩୦ ଛାତ୍ର

ଆମେରିକା ଅଧିକାରୀ ଦେଶରେ ରହିବା ପାଇଁ ଏକ ନକଲି ବିଶ୍ଵ ବିଦ୍ୟାଳୟରେ ନାମ ଲେଖାଇଥିବା ମାମଲାରେ  ୧୩୦ ବିଦେଶୀ ଛାତ୍ରଙ୍କୁ ଗିରଫ କରିଛନ୍ତି।  ଏଥିରେ ମଧ୍ୟ ଭାରତୀୟ ଛାତ୍ର ଅଛନ୍ତି। ଭାରତୀୟ ଛାତ୍ରଙ୍କ ଗିରଫଦାରୀ ପରେ ଭାରତର ବୈଦେଶିକ  ମନ୍ତ୍ରଣାଳୟ  ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅନ୍ୟ ପଟେ ଏହାକୁ ନେଇ ଭାରତ ଆମେରିକା ସାମ୍ନାରେ  ବିରୋଧ ପ୍ରକାଶ କରିଛି। 

  • Tags:

Subscribe

National International State Sports Entertainment