ଗ୍ରୀସ୍ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପାଇଁ ସ୍ଥାନୀୟ ଅଂଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ସକାଳ ପ୍ରାୟ ୯.୧୨ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ଏହି ଭୁକମ୍ପର ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ,ଗ୍ରୀସ୍ର ଦକ୍ଷିଣ ଅଞ୍ଚଳରେ ଶୁକ୍ରବାର ସକାଳ ସମୟରେ ଭୁକମ୍ପର ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫,୭ ମ୍ୟାଗ୍ନିଚୁଡ଼ ରହିଥିବା ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଇଗୋସର ୫୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପ ହୋଇଛି। ଉପକୂଳରେ ସୁନାମି ହେବାର ସମ୍ଭାବନାକୁ ଅଧିକାରୀମାନେ ଆକଳନ କରିଛନ୍ତି ।
ଅଧିକ ପଢନ୍ତୁ :ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ