ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ପାଇଁ ରଣବୀରଙ୍କ ନୂଆ ଉପହାର, ୮୩ର ପ୍ରଥମ ଲୁକ ରିଲିଜ୍
Khabar Odisha:national-bollywood-odisha-on-his-birthday-ranvir-gave-a-big-surprise-gift-to-the-fans-released-83-of-first-look
ନୂଆଦିଲ୍ଲୀ, ଜୁଲାଇ ୦୬ (ଖବର ଓଡିଶା) :

 ବଲିଉଡରେ ଚର୍ଚ୍ଚିତ କଳାକାର ରଣବୀର ସିଂହ ଆଜି ନିଜର ୩୪ତମ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ପାଇଁ ଏକ ସରପ୍ରାଇଜ ଗିପ୍ଟ ଆଣି ଆସିଛନ୍ତି । ସେ ଅପେକ୍ଷାରତ ଫିଲ୍ମ ୮୩ର ଫାଷ୍ଟ ଲୁକ୍ ରିଲିଜ କରିଛନ୍ତି । ଏଥିରେ ସେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଅଛନ୍ତି । ରଣବୀରଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ରିଲିଜ ହୋଇଥିବା ଫାଷ୍ଟ ଲୁକ୍ ଏବେ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ଏବେ ଫିଲ୍ମର ସୁଟିଙ୍ଗ୍ ଚାଲିଛି । 

ଫିଲ୍ମରେ ରଣବୀର ଗୋଟିଏ ପଟେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଥିବା ବେଳେ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ରିଲରେ ମଧ୍ୟ ତାଙ୍କ ପତ୍ନୀ ଭୂମିକାରେ ଅଛନ୍ତି । ତେବେ ୮୩କୁ ନେଇ ରଣବୀର ପ୍ରଥମରୁ ଉତ୍ସାହିତ ଅଛନ୍ତି । ରଣବୀର ସର୍ବଦା ନିଜର କାମକୁ ନେଇ ତତ୍ପର ଥାନ୍ତି । ତେଣୁ ଏଥିରେ ମଧ୍ୟ ସେ ନିଜର ବେଷ୍ଟ ଦେବେ ବୋଲି ଆଶା ରଖାଯାଇଛି । 

୮୩ର କାହାଣୀ ୧୯୮୩ ବିଶ୍ୱକପ ଉପରେ ଆଧାରିତ । ଏଥିରେ ରଣବୀରଙ୍କ ବ୍ୟତୀତ ସାକୀବ ସଲିମ, ହାର୍ଡି ସନ୍ଧୁ, ଏମି ୱିର୍କ, ପଙ୍କଜ ତ୍ରିପାଠି, ତାହିର ରାଜ ଆଜି ନଜର ଆସିବେ । ତେବେ ଏହି ଫିଲ୍ମ ହିନ୍ଦୀରେ ଅପ୍ରେଲ ୧୦ରେ ୨୦୨୦ରେ ରିଲିଜ ହେବ । ଏବେ ଲଣ୍ଡନରେ ଏହାର ସୁଟିଙ୍ଗ ଚାଲିଛି । 

Subscribe

National International State Sports Entertainment