ଓଟିଟି ପ୍ଲାଟଫର୍ମରେ ସବୁଠାରୁ ବେଶୀ ପସନ୍ଦ କରାଯାଉଥିବା ସିରିଜ ମିର୍ଜାପୁର-୩ ର ଟିଜର ଏବେ ଆସି ସାରିଛି । ତେବେ ବହୁ ପ୍ରତିକ୍ଷିତ ମିର୍ଜାପୁର-୩ ର ଅପେକ୍ଷା କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି । ଏହି ସୋ ରିଲିଜକୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ ନିର୍ମାତା ଟିଜର ସହ ପୁରା ୱେବ ସିରିଜର ତାରିଖ ମଧ୍ୟ ଘୋଷଣା କରିଛନ୍ତି । ମିର୍ଜାପୁରର ତୃତୀୟ ସିଜନରେ ପୂର୍ବ ଅପେକ୍ଷା ଅଧିକ ଭୌକାଲ ଆଣିବାକୁ ଯାଉଛି । ତେବେ ୩ ୟ ସିଜିନ ଆହୁରି ଭୟାବହ ହେବ ବୋଲି ଟିଜରରୁ ଜଣା ପଡୁଛି । ଦୁଇଟି ସିଜିନରେ ନିଆଁ ଲାଗିଥିବାବେଳେ ତୃତୀୟ ସିଜିନ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ସମସ୍ତଙ୍କ ନଜର ରହିଛି ଏଥର 'ମିର୍ଜାପୁର'ରେ କିଏ ରାଜ କରିବ। ମିର୍ଜାପୁରର ଟିଜର ରିଲିଜ ହେବା ସହିତ ନିର୍ମାତାମାନେ ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏଥର ପୂର୍ବ ଅପେକ୍ଷା ଅଧିକ ମଜାଦାର ହେବ। ସୋସିଆଲ ମିଡିଆରେ ସେୟାର ହୋଇଥିବା କ୍ୟାପସନରେ ଲେଖାଥିଲା, 'ଜଙ୍ଗଲ ମେଁ ଭୌକାଲ ମଚନେ ୱାଲା ହେ' । ତେବେ ଟିଜର ରିଲିଜ ପରେ ଦର୍ଶକ ଆହୁରି ଉତ୍ସାହିତ ଅଛନ୍ତି । ଏହା ସହ ଜୁଲାଇ ୫ ରେ ରିଲିଜ ହେବ ସମ୍ପୂର୍ଣ୍ଣ ସିରିଜ ।
ଅଧିକ ପଢନ୍ତୁ : ଆସିଲା କୋଟା ଫ୍ୟାକ୍ଟ୍ରି ସିଜିନ-୩ ର ଟ୍ରେଲର