ଜେଇ ଓ ନିଟ ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଏ । ଜେଇ ଓ ନିଟର ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ପିଲା କୋଟା ଆସିଥାନ୍ତି । ଆଇଆଇଟିରେ ପ୍ରବେଶ କରିବାକୁ, ପିଲାମାନେ ଦିନରାତି ଅଧ୍ୟୟନ କରନ୍ତି, କିଛି ପାସ କରନ୍ତି ଏବଂ କିଛି ବିଫଳ ମଧ୍ୟ ହୁଅନ୍ତି । ଆଇଆଇଟି ଯିବାକୁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ଉପରେ ଆଧାର କରି 'କୋଟା ଫ୍ୟାକ୍ଟ୍ରି' ନାମକ ୱେବ ସିରିଜ ବେଶ ଲୋକପ୍ରିୟତା ହାସଲ କରିଛି ।
୨୦୧୯ ରେ ଆସିଥିବା 'କୋଟା ଫ୍ୟାକ୍ଟ୍ରି'ର ପ୍ରଥମ ସିଜନ୍ ଏକ ବଡ଼ ହିଟ୍ ହୋଇଥିଲା । ଦର୍ଶକମାନେ ନିଜକୁ ଏହି ସିରିଜରେ ବାନ୍ଧି ରଖିଥିଲେ । ଏହା ପରେ ଏହାର ଦ୍ୱିତୀୟ ସିଜିନ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା । ବର୍ତ୍ତମାନ ଏହାର ତୃତୀୟ ସିଜିନର ଟ୍ରେଲର ଆସିଛି । ପୂର୍ବ ଭଳି ଟ୍ରେଲର ସମ୍ପୂର୍ଣ୍ଣ କଳା ଧଳାରେ ଚିତ୍ରିତ ହୋଇଛି ।
'କୋଟା ଫ୍ୟାକ୍ଟ୍ରି'ର ତୃତୀୟ ସିଜନରେ ଜିତୁ ଭୈୟା (ଜିତେନ୍ଦ୍ର କୁମାର) କେବଳ ଜେଇ କେବଳ ସଫଳ ଚୟନ ନୁହେଁ ବରଂ ସଫଳ ପ୍ରସ୍ତୁତିକୁ ମଧ୍ୟ ଉପଭୋଗ କରିବାକୁ କହିଛନ୍ତି । 'ତୈୟାରୀ ହି ଜିତ ହେ' ରୁ ଆରମ୍ଭ ହୋଇଥିବା ଟ୍ରେଲରଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଦୁଇଟି ସଫଳ ସିଜିନ ପରେ ଦର୍ଶକ ୩ ୟ ସିଜିନକୁ ଅପେକ୍ଷା କରିଛନ୍ତି । ତେବେ ୨୦ ଜୁନ୍ ରେ ଆସୁଛି ନେଟଫ୍ଲିକ୍ସରେ ରିଲିଜ ହେବ 'କୋଟା ଫ୍ୟାକ୍ଟ୍ରି ସିଜିନ ୩' ।
ଅଧିକ ପଢନ୍ତୁ : ଚଳଚ୍ଚିତ୍ରର କାହାଣୀ ଓ ଭିଏଫଏକ୍ସକୁ କରାଯାଉଛି ପ୍ରଶଂସା, ବକ୍ସ ଅଫିସରେ କରିବ ଧମାଲ