ଜ୍ୟାକି ଭାଗ୍ନାନୀ ଏବେ ଅସୁବିଧାରେ ପଡିଛନ୍ତି । ଜ୍ୟାକି ଭାଗ୍ନାନୀଙ୍କ ପ୍ରଡକ୍ସନ୍ ହାଉସ୍ ପୂଜା ଏଣ୍ଟରଟେନମେଣ୍ଟ କୁ ସଦସ୍ୟଙ୍କୁ ଟଙ୍କା ନ ଦେଇଥିବାର ଅଭିଯୋଗ ହୋଇଛି। ଏହି ରିର୍ପୋଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଭିନେତା ମନଙ୍କୁ ସେ ଫି ଦେଇ ନାହାନ୍ତି । ଜ୍ୟାକି ଭାଗ୍ନାନୀ ତାଙ୍କ ପିତା ବସୁ ଭଗ୍ନାନୀଙ୍କ ସହ ପୂଜା ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଚଳାନ୍ତି । picharesqueframes ନାମକ ଜଣେ ୟୁଜର୍ସ ସେ ଲେଖିଛନ୍ତି- 'ପ୍ରଡ୍ୟୁସରମାନେ ପ୍ରାୟ ପ୍ରତ୍ୟେକ ମାସରେ ଭ୍ରମଣ କରନ୍ତି । ସେମାନେ ଛୁଟିରେ ଯାଆନ୍ତି, ମୁକ୍ତ ଜୀବନଯାପନ କରନ୍ତି, କାର କିଣନ୍ତି, ବିଳାସପୂର୍ଣ୍ଣ ଉପହାର ଦିଅନ୍ତି, ଚଳଚ୍ଚିତ୍ର ନିର୍ମାଣ ଏବଂ ରିଲିଜ୍ କରି ଟଙ୍କା ରୋଜଗାର କରନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଦେୟ ନଦେବା ପରେ ମଧ୍ୟ ଯେତେବେଳେ କ୍ରୁ ମାନଙ୍କୁ ପୈଠ କରିବାର ସମୟ ଆସେ, ସେମାନେ କୁହନ୍ତି ଅର୍ଥର ଅଭାବ ଅଛି। କିନ୍ତୁ ନିଜ ପାଇଁ ଖର୍ଚ୍ଚ କରିବାକୁ ତାଙ୍କ ପାଖରେ ବହୁତ ଟଙ୍କା ଅଛି । ଏପରିକି ଏହି ଘଟଣାର ଅନୁସନ୍ଧାନ କରୁଥିବାବେଳେ ରିପୋର୍ଟରେ ଦାବି କରିଛି ଯେ ଏହି ପୋଷ୍ଟଗୁଡିକରେ ପୂଜା ଆସିଥିବା ଅଭିଯୋଗ ସତ୍ୟ ଅଟେ | ରିପୋର୍ଟରେ କୁହାଯାଇଛି ଯେ କ୍ରୁଙ୍କ ସହ 'ବଡେ ମିଆଁ ଛୋଟେ ମିଆଁ'ର ଷ୍ଟାରକାଷ୍ଟ ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା, ଆଲାୟା ଏଫ ଏବଂ ପ୍ରୀତିରାଜ ସୁକୁମାରନଙ୍କୁ ମଧ୍ଯ ଫି ପ୍ରଦାନ କରାଯାଇ ନାହିଁ। ପାଣ୍ଠିର ଅଭାବ ଦାବି କରି ଅଭିନେତାମାନଙ୍କୁ ମଧ୍ଯ ଫିଲ୍ମ ଶେଷ ହେବା ପରେ ସମାନଙ୍କୁ ଦିଆଯିବ ବୋଲି କୁହାଯାଇଥିଲା I
ଅଧିକା ପଢନ୍ତୁ:ତେରେ ଇସ୍କ୍ ମେଁ ’ର ସୁଟିଂ ଆରମ୍ଭ