ସାଉଥ ଅଭିନିତ ଫିଲ୍ମ ‘ତେରେ ଇସ୍କ୍ ମେ’ର ଘୋଷଣା ହେବାର 11 ମାସ ପରେ ବି ଏହାର ସୁଟିଂ ଆରମ୍ଭ ହୋଇ ନଥିଲା । ଏହି ଫିଲ୍ମ ମଝିରେ ନିର୍ମାଣ ହେବ ନାହିଁ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା । ତେବେ ଧନୁଷ ଏବେ ଗୋଟିଏ ତାମିଲ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଆନନ୍ଦ ଏଲ୍ ରାୟଙ୍କ ଏହି ଫିଲ୍ମର ସୁଟିଂ ପାଇଁ ତାଙ୍କୁ ଦୁଇ ମାସ ସମୟ ଦେବାକୁ ହେବ। ତେଣୁ ତାମିଲ୍ ଫିଲ୍ମର ସୁଟିଂ ପରେ ହିଁ ଧନୁଷ ଏହାର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ଅକ୍ଟୋବର, ନଭେମ୍ବର ମାସରେ ଧନୁଷ ଏହାର ସୁଟିଂ ଆରମ୍ଭ କରିବେ। ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ହେବ। ଏଥିରେ ଧନୁଷ ଶଙ୍କର ନାମକ ଜଣେ କ୍ରୋଧୀ ଯୁବକ ଭୂମିକାରେ ଅଭିନୟ କରିବେ। ତେବେ ଜୁଲାଇ ମାସ ସୁଦ୍ଧା ଫିଲ୍ମର ନାୟିକା ଫାଇନାଲ କରାଯିବ।
ଅଧିକା ପଢନ୍ତୁ:ସୁଟିଂ ସେଟ୍ ରେ ପ୍ରିୟଙ୍କା ଆହତ..