ସୁଟିଂ ସେଟ୍ ରେ ଦେଶୀ ଗାର୍ଲ ପ୍ରିୟଙ୍କା ଆହତ । ବଲିଉଡରେ ସେ ତାଙ୍କ ଅଭିନୟ ପାଇଁ ବେଶ ଚର୍ଚ୍ଚିତ । କିନ୍ତୁ ସେ ତାଙ୍କ ଜଲୱା ହଲିଉଡରେ ମଧ୍ୟ ଦେଖାଇଛନ୍ତି । ଷ୍ଟଣ୍ଟ ଦୃଶ୍ୟର ସୁଟିଂ ବେଳେ ଅଭିନେତ୍ରୀ ଆହତ ହୋଇଥିଲେ।ଏ ଏନେଇ ସେ ନିଜେ ଇନଷ୍ଟାଗ୍ରାମରେ ରେ ତାଙ୍କ ଆଘାତର ଫଟୋ ସେୟାର କରିଛନ୍ତି ସୂଚନା ଯୋଗ୍ୟ, ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ରୁସୋ ବଦର୍ସଙ୍କ ' ଦ ବ୍ଲଫ' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ସୁଟିଂ ସମୟରେ ଷ୍ଟଣ୍ଟ ଦୃଶ୍ୟ ସମୟରେ ତାଙ୍କର ବେକରେ ଆଘାତ ଲାଗିଥିଲା । ଏହି ଆଘାତ ତାଙ୍କ ବେକ, କାନ୍ଧ, ଗୋଡ଼ ଓ ହାତରେ ଲାଗିଛି। ଏସବୁ ସ୍ଥାନରେ କଟା ଚିହ୍ନ ଥିବା ଦେଖିବାକୁ ମିଳୁଛି । ସେ ନିଜ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏଥିରେ ତାଙ୍କ ବେକରେ ଏକ କଟା ଦାଗ ଦେଖାଯାଉଛି । ଏହା ବ୍ୟତୀତ ଅଭିନେତ୍ରୀଙ୍କ କେବଳ ବେକ ସାମାନ୍ୟ କଟି ଯାଇଛି କିନ୍ତୁ ଶରୀରର ଅନ୍ୟ କୌଣସି ଅଙ୍ଗରେ ଆଘାତ ପାଇ ନାହାଁନ୍ତି ।