ଆଜି ମୁକ୍ତି ଲାଭ କଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଫିଲ୍ମ
Khabar Odisha:entertainment-odisha-ek-ladki-to-dekha-to-aisa-laga-movie-released-today
ମୁମ୍ବାଇ, ଫେବୃଆରୀ ୦୧ (ଖବର ଓଡିଶା):
 
 ସୋନମ କପୁର ଆହୁଜାଙ୍କ ଫିଲ୍ମ ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଆଜି ମୁକ୍ତି ଲାଭ କରିଛି । ଫିଲ୍ମର ନିର୍ଦ୍ଦେଶନା ଷ୍ଟାଲି ଚୌପଡା ଧର୍ କରିଛନ୍ତି । ଏହି ଫିଲ୍ମରେ ଅନୀଲ କପୁର, ରାଜ କୁମାର ରାଓ ଓ ଜୁହୀ ଚାୱଲା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ସେହି ସମୟରେ ସୋସିଆଲ ମିଡିଆରେ ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳିଛି ଓ ଫ୍ୟାନ୍ସଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ଚ୍ଚଳଚିତ୍ର ଦେଖିବା ପରେ ଦର୍ଶକ ସୋନମଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରିଛନ୍ତି । 
ତେବେ ପ୍ରଥମଥର ପାଇଁ ଏହି ଫିଲ୍ମରେ ଅସଲ ଜୀବନରେ ଥିବା ପିତା-ପୁତ୍ରୀଙ୍କ ଯୋଡି ପର୍ଦ୍ଦାରେ ମଧ୍ୟ ପିତା-ପୁତ୍ରୀ ଭୂମିକାରେ ଅଛନ୍ତି । ସେହି ସମୟରେ ରାଜ କୁମାର ଏଥିରେ ସୋନମଙ୍କ ପ୍ରେମିକ ଭୂମିକାରେ ଅଛନ୍ତି । ଦର୍ଶକ ଫିଲ୍ମକୁ ଦେଖିବା ପରେ ଏହାକୁ ଖୁବ ପ୍ରଶଂସା କରିଛନ୍ତି । ଏହି ଫିଲ୍ମ ଦେଖିବା ପରେ କିଛି ଲୋକ ଭାବ ବିହ୍ୱଳ ହୋଇଛନ୍ତି । ଏହା ପୂର୍ବରୁ ବୁଧବାର ରାତିରେ ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଙ୍କ ରଖାଯାଇଥିଲା । ଏଥିରେ ବଲିଉଡରେ ସମସ୍ତ ଷ୍ଟାର ଉପସ୍ଥିତ ଥିଲେ ।
 

Subscribe

National International State Sports Entertainment