“ଲାଲ କପ୍ତାନ”ର ଦ୍ଵିତୀୟ ଟ୍ରେଲର ରିଲିଜ୍, ଦେଖନ୍ତୁ ଭିଡିଓ
Khabar Odisha:entertainment-bollywood-odisha-second-trailer-of-saif-ali-khan-film-laal-kaptaan
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ (ଖବର ଓଡିଶା) :

ବଲିଉଡର ଦିଗଜ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଲାଲ କପ୍ତାନର ଦ୍ଵିତୀୟ ଟ୍ରେଲର ରିଲିଜ୍ ହୋଇଛି। ଏହା ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ଟ୍ରେଲର ରିଲିଜ୍ ହୋଇ ସାରିଥିଲା। ଏହାର ନାମ ଚାପ୍ଟର ୱାନ ଦ ହଣ୍ଟ ରଖାଯାଇଥିଲା। ଏବେ ଦ୍ଵିତୀୟ ଟ୍ରେଲରର ନାମ ଚାପ୍ଟର ଟୁ ଦ ଚେଞ୍ଜ ରଖାଯାଇଛି। ପ୍ରଥମ ଅପେକ୍ଷା ଏହା ଦମଦାର ରହିଛି। ରିଲିଜ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଛାଇ ଯାଇଛି।

ଜୋ ଆଁଖୋ ମେ ଦିଖଯାଏ ଭଳି ଦମଦାର ଡାଇଲଗରୁ ଏପରି ଜଣା ପଡୁଛି ଯେପରି ସୈଫ ଅଲ୍ଲୀ ଖାନ ନୂତନ ଅବତାରରେ ଅଛନ୍ତି। ଯାହାକି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଅନୁମାନ କରାଯାଉଛି। ଫିଲ୍ମ ଲାଲ ପ୍ତାନ ଅକ୍ଟୋବର ୧୮ରେ ରିଲିଜ ହେବାକୁ ଯାଉଛି। ଏଥିରେ ସୈଫ ଅଲ୍ଲୀଙ୍କ ନାମ ନାଗା ସାଧୁ ରଖାଯାଇଛି। ଏଥିରେ ସୈଫ ଏତେ ଦମଦାର ଭୂମିକାରେ ଅଛନ୍ତି ଯେ କ୍ଲୋଜଅପ ସଟରେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇ ପଡୁଛି। 

୧ମିନିଟ୍ ୨୯ ସେକେଣ୍ଡର ଟ୍ରେଲରରେ ସୈଫ ଅଲ୍ଲୀ ଖାନ ହିଂସ୍ର ଦେଖାଯାଉଛନ୍ତି। ଆଖିରେ କଜ୍ଜଳ, ମଥାରେ ଲାଲ ଟିପା ସହ ଭଷ୍ମ ଲଗାଇ ଦର୍ଶକଙ୍କୁ ଡରାଇବାକୁ ସୈଫ ପ୍ରସ୍ତୁତ ହୋଇ ଆସିଛନ୍ତି। ନବଦୀପ ସିଂହ ଏହାକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ଏଲ ରାୟ ପ୍ରଡ୍ୟୁସ୍ କରୁଛନ୍ତି।

Subscribe

National International State Sports Entertainment