୨୦୨୦ର ଏହି ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ରଣବୀର ଓ ଆଲିଆ, ବିବାହ ପ୍ରସ୍ତୁତି ଆରମ୍ଭ
Khabar Odisha:entertainment-bollywood-alia-bhatt-and-ranbir-kapoor-wedding-date-out-rajiv-masand-says-its-december-2020
ନୂଆଦିଲ୍ଲୀ, ଫେବୃଆରୀ୦୭(ଖବର ଓଡ଼ିଶା):

ଦୁଇ ବର୍ଷରୁ ଅଧିକ ସମୟ ରିଲେସନସିପରେ ରହିବା ପରେ ବଲିଉଡର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ରଣବୀର କପୁର ଓ ଆଲିଆ ଭଟ୍ଟ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଖବର ଆସିଛି। ଦୁହିଁଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ପରେ ଉଭୟ ବିବାହ କରିବେ ବୋଲି  କୁହାଯାଉଛି।  ଉଲ୍ଲେଖଯୋଗ୍ୟ, ବ୍ରହ୍ମାସ୍ତ୍ର ଡିସେମ୍ବର ୪ରେ ରିଲିଜ୍ ହେବାକୁ ଯାଉଛି। ଉଭୟ ପ୍ରଥମ ଥର ଏହି ଫିଲ୍ମରେ ନଜର ଆସୁଛନ୍ତି।

ସୂଚନା ଅନୁଯାୟୀ ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ସଂପର୍କୀୟଙ୍କୁ ବିବାହ ପାଇଁ ତାରିଖ ବୁକ୍ କରିବାକୁ ମଧ୍ୟ କୁହାଯାଇଛି। ମାତ୍ର ଲୋକେସନ ଓ ଭେନ୍ୟୁକୁ ନେଇ ଅଦ୍ୟାବଧି କିଛି ସ୍ଥିର  ହୋଇ ପାରିନାହିଁ। ଏହା ଦେଖିବା ବାକି ରହିଲା ଯେ ଉଭୟ ଦୀପିକା-ରଣବୀର ଓ ଅନୁଷ୍କା-ବିରାଟଙ୍କ ପରି ଦେଶ ବାହାରେ ବିବାହ କରିବେ ନା ମୁମ୍ବାଇରେ କରିବେ। କିନ୍ତୁ ବିବାହ ଖବର ନେଇ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

ଏହା ପୂର୍ବରୁ ମଧ୍ୟ ଅନେକ ଥର ରଣବୀର ଓ ଆଲିଆଙ୍କ ବିବାହକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଏହା ମଧ୍ୟରେ ଖବର ଆସିଥିଲା ଯେ, ଉଭୟ ଫ୍ରାନ୍ସରେ ବିବାହ କରିବେ। ଏପରିକି ଗୋଟିଏ କାର୍ଡ ମଧ୍ୟ ଭାଇରାଲ ହୋଇଥିଲା, ଏହାକୁ ରଣବୀର ଓ ଆଲିଆଙ୍କ ବିବାହ କାର୍ଡ ବୋଲି କୁହାଯାଇଥିଲା। ପରେ ଏହି ଖବର ମିଥ୍ୟା ସାବ୍ୟସ୍ତ  ହୋଇଥିଲା। 

ଖବର ଅନୁସାରେ ସଂପ୍ରତି ଆଲିଆ ଭଟ୍ଟ ସଞ୍ଜୟ ଲୀଲା ଭଂସାଲୀଙ୍କ ଫୀଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡ଼ି’ ରେ ସୁଟିଂ କରୁଛନ୍ତି। ଏହା ବ୍ୟତୀତ କରଣ ଜୋହରଙ୍କ ମୋଗଲକାଳର ଫିଲ୍ମ ତଖତରେ ଅଭିନୟ କରିବେ। ଏହା ପରେ ରୋହିତ ସେଟ୍ଟୀଙ୍କ ଗୋଲମାଲର ପରବର୍ତ୍ତୀ ସଂସ୍କରଣରେ ଦେଖା ଦେବେ। ରଣବୀର ମଧ୍ୟ ବ୍ରହ୍ମାସ୍ତ୍ର ପରେ କରଣ ମାଲହୋତ୍ରାଙ୍କ ଫିଲ୍ମ ‘ସମସେରା’ ବ୍ୟତୀତ ଲଭ ରଞ୍ଜନଙ୍କ ଫିଲ୍ମ ସାଇନ୍ କରି ସାରିଛନ୍ତି।

Subscribe

National International State Sports Entertainment