ସେନାର ପରାକ୍ରମ ଉପରେ ପ୍ରଶ୍ନ ଉଠାଇବା ଅନୁଚିତ- ଅକ୍ଷୟ କୁମାର
Khabar Odisha:entertainment-bollywood-akshay-kumar-react-them-who-questioned-on-airstrike
ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡିଶା):

ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨ଥର ଭାରତୀୟ ସେନା ପାକିସ୍ଥାନ ସୀମା ମଧ୍ୟରେ ପଶି ଆକ୍ରମଣ କରିଛନ୍ତି । ଉରି ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ୨୬ ଫେବୃଆରୀରେ ଭାରତୀୟ ବାୟୁସେନା ପାକିସ୍ଥାନର ବାଲାକୋଟରେ ଏୟାରଷ୍ଟାଇକ ହୋଇଥିଲା  । ଏହି ଷ୍ଟ୍ରାାଇକ ପୁଲୱ।।ମା  ଆକ୍ରମଣକୁ କେନ୍ଦ୍ର କରି ହୋଇଛି । ଏହି ଷ୍ଟ୍ରାଇକକୁ ନେଇ ରାଜନୀତି ଚାଲିଛି । ଏହି ଘଟଣାରେ ବିରୋଧୀ ନେତାମାନେ ପ୍ରମାଣ ମାଗିବାରେ ବ୍ୟସ୍ତ ଅଛନ୍ତି । 

ଭାରତୀୟ ବାୟୁସେନାର ପରାକ୍ରମରେ ପ୍ରମାଣ ମାଗିବା କଥାକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ରାଗି ଯାଇଛନ୍ତି । ଅକ୍ଷୟ କୁମାର କହିଛନ୍ତି  ଯେ ଆମ ଯବାନମାନେ ସୀମା ଉପରେ ସଂଘର୍ଷ କରୁଛନ୍ତି ଏବଂ ଆମର ଜୀବନ ମଧ୍ୟ ବଂଚାଉଛନ୍ତି । ସେମାନଙ୍କ ବିରୁଧରେ କିଛି କଥା ଉଠିବା ଠିକ ନୁହେଁ ।

ଷ୍ଟ୍ରାଇକର ପ୍ରମାଣ ମାଗିବା ଭୁଲ । ବର୍ତମାନ କେହି ବି ଏପରି କହିବା ଅନୁଚିତ । ଆମର ଯବାନ ମାନଙ୍କ ପାଇଁ ଆମେ ଶାନ୍ତିରେ ଶୋଇ ପାରୁଛୁ । ଆମେ କିପରି ଭାବରେ ସେମାନଙ୍କ ଠାରୁ ପ୍ରମାଣ ମାଗିପାରିବା  ବୋଲି ଅକ୍ଷୟ କୁମାର କହିଛନ୍ତି ।

ଖିଲାଡୀ କୁମାର ସବୁବେଳେ ସେନାର ଭଲ ପାଇଁ ଆଗେଇ ଆସିଛନ୍ତି । କିଛି ଦିନ ପୂର୍ବରୁ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ରାମ ଗୁର୍ଜରଙ୍କର ପତ୍ନୀ ସୁନ୍ଦରୀ ଦେବୀଙ୍କୁ ସେ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେନାଙ୍କର ଆର୍ଥିକ ସହାୟତା ଦେବା କ୍ଷେତ୍ରରେ ଖିଲାଡୀ ହିରୋ ଅକ୍ଷୟ କୁମାର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । 

  • Tags:

Subscribe

National International State Sports Entertainment