ଖୁବ ଜଲଦି ରୂପେଲି ପରଦା ରେ ଆସିବାକୁ ଯାଉଛି , କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସଂଘର୍ଷମୟ କାହାଣୀ । ବର୍ତ୍ତମାନ ସମୟରେ ରାଜନୀତିରେ ନୀତିନ ଗଡ଼କରୀ ନାମକୁ କିଏ ନ ଜାଣେ । ଭାରତରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପାଇଁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ନୀତିନ ଗଡକରୀଙ୍କୁ ‘ହାଇୱେ ମ୍ୟାନ୍ ଅଫ୍ ଇଣ୍ଡିଆ’ ମଧ୍ୟ କୁହାଯାଏ।
ସବୁବେଳେ ନିଜ ଦେଶର ପ୍ରଗତି ପାଇଁ କାର୍ଯ୍ୟରତ ଥିବା ନୀତିନ ଗଡ଼କରୀଙ୍କ ଜୀବନ ବେଶ ପ୍ରେରଣା ଦାୟକ। ସେଥିପାଇଁ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ଭୁସାରୀ ତାଙ୍କ ଜୀବନକୁ ଆଧାର କରି ଏକ ଫିଲ୍ମ ତିଆରି କରିଛନ୍ତି | ଯାହାର ନାମ ‘ଗଡକରୀ’ ରଖା ଯାଇଛି ।
ନିକଟରେ ଏହାର ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି । ‘ଗଡକରୀ’ରେ ନୀତିନ ଗଡ଼କରୀ ଭୂମିକାରେ କିଏ ଅଭିନୟ କରିବେ? ଏହା ଜାଣିବା ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମ ଟିକୁ ନେଇ ନିର୍ମାତା ଅନୁରାଗ ଭୁସାରୀ କହିଛନ୍ତି, ‘ନୀତିନ ଗଡକରୀ ଜଣେ ବହୁତ ଭଲ ରାଜନେତା। ସେ ଜଣେ ବିଦ୍ୱାନ, ପ୍ରଭାବଶାଳୀ ବକ୍ତା, ବଡ଼ ଚିନ୍ତାଧାରାର ନେତା। ଲୋକମାନେ ତାଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ଜାଣନ୍ତି। ଅନେକ ଲୋକ ଏହି ନେତାଙ୍କ ରାଜନୈତିକ ଯାତ୍ରା ସଂପର୍କରେ ଜାଣନ୍ତି, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟ ଏହି ଫିଲ୍ମରେ ଦେଖିବାକୁ ମିଳିବ।
ତେବେ ଏହି ଫିଲ୍ମଟିକୁ 27 ଅକ୍ଟୋବର ରେ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯିବ । ନିକଟରେ ଏହାର ରିଲିଜ ଡେଟ ଘୋଷଣା କରାଯାଇଥିବା ବେଳେ ଏହି ଫିଲ୍ମରେ କେଉଁ କେଉଁ କଳାକାର ମାନେ ଅଭିନୟ କରିବେ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ଦର୍ଶକମାନେ ‘ଗଡକରୀ’ ଚଳଚ୍ଚିତ୍ରର ଟ୍ରେଲର ଏବଂ ଟିଜରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ: ସୁସ୍ମିତାଙ୍କ ନୂଆ ପ୍ରୋଜେକ୍ଟ