ବିଶ୍ୱସ୍ତରୀୟ ସେନସେସନ୍ ୱେବ୍ ସିରିଜ୍ ‘ସ୍କ୍ୱିଡ୍ ଗେମ୍’ର ଅନ୍ତିମ ପର୍ଯ୍ୟାୟ ଏହି ମାସରେ ମୁକ୍ତିଲାଭ କରିବାକୁ ଯାଉଛି। ନିର୍ମାତାମାନେ ଜୁନ୍ ୧ ତାରିଖରେ ଏହି କୋରିଆନ୍ ୱେବ୍ ସିରିଜ୍ ର ନୂତନ ସିଜିନ୍ ର ଟ୍ରେଲର ରିଲିଜ୍ କରିଛନ୍ତି। ଯେଉଁଥିରେ ପୁଣି ଥରେ ଅନେକ ଟ୍ୱିଷ୍ଟ, ବିଭିନ୍ନ ପ୍ରଶ୍ନ,ମୁଖା ପଛରେ ଲୁଚି ରହିଥିବା ଚେହେରା ଦେଖିବାକୁ ମିଳିବ। ତେବେ କାହାଣୀ ଟି କିଛି ଏମିତି ରହିଛି। ସ୍କ୍ୱିଡ୍ ଗେମ୍ ସିଜିନ୍ ୩ ଆରମ୍ଭ ହୁଏ ଯେତେବେଳେ ଗି-ହୁନ୍ ତାଙ୍କର ସବୁଠାରୁ ଭଲ ବନ୍ଧୁଙ୍କୁ ହରାଇଥାଏ ଏବଂ ଲି ବ୍ୟୁଙ୍ଗ-ହୁନ୍ଦ୍ ତାଙ୍କୁ ଏକ ଧାରୁଆ ସ୍ଥାନକୁ ଠେଲି ଦିଅନ୍ତି। ଏହାପରେ ଆରମ୍ଭ ହୁଏ ରକ୍ତର ଖେଳ। ତେଣୁ ଗି-ହୁନ୍ ଏହି ରକ୍ତାକ୍ତ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ନିଜ ପ୍ରକୃତ ପରିଚୟ ଲୁଚାଇ ରଖିଥିଲେ।
ଏହାପରେ ଫ୍ରଣ୍ଟ ମ୍ୟାନ୍ ତାଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ କାମ ଜାରି ରଖିଥିବା ବେଳେ ଗି-ହୁନ୍ ଖେଳ ଶେଷ କରିବାର ଲକ୍ଷ୍ୟରେ ଅଟଳ ରହିଛନ୍ତି ଯାହା ତାଙ୍କ ପାଇଁ ଏକ ଭୟଙ୍କର ପରିଣାମ ଆଣିଦେଇଛି। ତେବେ ‘ସିଜନ୍ ୧’ର ‘ଟଗ୍ ଅଫ୍ ୱାର୍’ ଗେମର ଏକ ଝଲକ ମଧ୍ୟ ଦିଆଯାଇଛି କିନ୍ତୁ ଏଥର ନିୟମଗୁଡ଼ିକ ନୂଆ ଏବଂ ଭିନ୍ନ ହେବ। ଏହି ଭୟଙ୍କର ଖେଳଟି ପିଲାମାନଙ୍କ ପରି ଏକ କୋଠରୀରେ ଖେଳାଯିବ। କାନ୍ଥଗୁଡ଼ିକ କ୍ରେଅନ୍-ଶୈଳୀର ଯୁଦ୍ଧ କଳାରେ ସଜାଯିବ। ଏଥିରେ ପୁତୁଳାଟିର ଏକ ଝଲକ, ଟଙ୍କାରେ ପୂର୍ଣ୍ଣ ଏକ ପିଗି ବ୍ୟାଙ୍କର ଝଲକ ଦେଖିବାକୁ ମିଳିବ। ତେବେ ଏହି ତୃତୀୟ ସିଜନର ଷ୍ଟାର ତାରକା ଲି ଜଙ୍ଗ-ଜେ, ଲି ବାଇଙ୍ଗ-ହୁନ୍, ୟିମ୍ ସି-ୱାନ୍, କାଙ୍ଗ ହା-ନେଲ୍, ୱାଇ ହା-ଜୁନ୍, ପାର୍କ ଗୁଇ-ୟଙ୍ଗ, ପାର୍କ ସୁଙ୍ଗ-ହୁନ୍, ୟାଙ୍ଗ ଡୋଙ୍ଗ-ଜିଉନ୍ଏବଂ ଜୁନ୍-ସୁକ୍-ହୋ ରହିବେ।