ନୂଆଦିଲ୍ଲୀ: ଇତିହାସ ରଚିଲେ ଥାଇଲାଣ୍ଡର ଓପାଲ ସୂଚାତା । ୭୨ତମ ମିସ୍ ୱାର୍ଲ୍ଡ ଟାଇଟଲ ନିଜ ନାଁରେ କରିଛନ୍ତି ସୂଚାତା । ୨୦୨୪ର ମିସ୍ ୱାର୍ଲ୍ଡ କ୍ରିଷ୍ଟିନା ପିସ୍ତଜକୋଭା ଶନିବାର ସୂଚାତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି । ଏହି ଐତିହାସିକ ବିଜୟ ସହ ଥାଇଲାଣ୍ଡକୁ ପ୍ରଥମ ଥର ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତାଇଛନ୍ତି ଓପାଲ ସୂଚାତା । ସୂଚାତା ଇଣ୍ଟରନ୍ୟାସନାଲ ରିଲେସନର ଛାତ୍ରୀ ଏବଂ ମୋଡେଲ୍ ଅଟନ୍ତି । ସେ ଫିନାଲେରେ ଏକ ଚମତ୍କାର ଗାଉନ ପିନ୍ଧିଥିଲେ, ଯାହା ତାଙ୍କର ସୁନ୍ଦରତାକୁ ଆହୁରି ଚମତ୍କାର କରିବା ସହ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିଥିଲା ।
ମେ ୩୧ ତାରିଖରେ ତେଲେଙ୍ଗାନାର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ଫାଇନାଲ୍ ଶୋ’ରେ କ୍ରିଷ୍ଟିନା ପିସ୍ଜକୋଭାଙ୍କ ଦ୍ୱାରା ଓପାଲ ସୁଚାତା ଚୁଆଙ୍ଗଶ୍ରୀଙ୍କୁ ମିସ୍ ୱାର୍ଲ୍ଡ ୨୦୨୪ ମୁକୁଟ ପିନ୍ଧାଇଥିଲେ। ଇଥିଓପିଆ, ପୋଲାଣ୍ଡ ଏବଂ ମାର୍ଟିନିକର ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ଓପାଲ ସୁଚାତା ମୁକୁଟ ଜିତିଥିଲେ।
ଓପାଲ ପୂର୍ବରୁ ଅନେକ ସୌନ୍ଦର୍ୟ୍ୟ ପ୍ରତିଯୋଗିତା ଜିତିସାରିଛନ୍ତି। ସେ ମେକ୍ସିକୋ ସିଟିରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମିସ୍ ୟୁନିଭର୍ସ ୨୦୨୪ ରେ ଅଂଶଗ୍ରହଣ କରିଥିଲେ। ସେତେବେଳେ ସେ ତୃତୀୟ ରନର୍ସ-ଅପ୍ ଥିଲେ। ଏହା ପରେ,ସେ ମିସ୍ ୱାର୍ଲ୍ଡ ଥାଇଲ୍ୟାଣ୍ଡ ୨୦୨୫ ର ମୁକୁଟ ମଧ୍ୟ ଜିତିଥିଲେ ।
'ମିସ୍ ୱାର୍ଲ୍ଡ ୨୦୨୫' ପ୍ରତିଯୋଗିତାରେ, ଇଥିଓପିଆର ହାସେଟ୍ ଡେରେଜେ ପ୍ରଥମ ରନର୍ସ ଅପ୍ ଟାଇଟଲ୍ ଜିତିଥିଲେ। ପୋଲାଣ୍ଡର ମାଜା କ୍ଲାଜଡା ଦ୍ୱିତୀୟ ରନର୍ସ ଅପ୍ ଏବଂ ମାର୍ଟିନିକର ଆଉରେଲି ଜୋଆଚିମ୍ ତୃତୀୟ ରନର୍ସ ଅପ୍ ହୋଇଥିଲେ। ଚଳିତ ପ୍ରତିଯୋଗିତାରେ ସାରା ବିଶ୍ୱରୁ ୧୦୮ ଜଣ ପ୍ରତିଯୋଗୀ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରତରୁ ମଡେଲ୍ ନନ୍ଦିନୀ ଗୁପ୍ତା ଆମେରିକାର ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେ ମିସ୍ ୱାର୍ଲ୍ଡ ଫାଇନାଲରେ ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ଥିଲେ କିନ୍ତୁ ଶ୍ରେଷ୍ଠ ୮ ରୁ ବାଦ ପଡ଼ିଥିଲେ।
୭୨ତମ ମିସ୍ ୱାର୍ଲ୍ଡର ବିଚାରକଙ୍କ ପ୍ୟାନେଲରେ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଥିଲେ । ସେ ମିସ୍ ୱାର୍ଲ୍ଡ ହ୍ୟୁମାନିଟାରିଆନ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହା ବ୍ୟତୀତ ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର, ରାଣା ଦଗ୍ଗୁବତୀ, ନମ୍ରତା ଶିରୋଡକର ଏବଂ ଚିରଞ୍ଜିବୀ ମଧ୍ୟ 'ମିସ୍ ୱାର୍ଲ୍ଡ ୨୦୨୫'ର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।