ଭୁବନେଶ୍ୱର : ଆକାଶରୁ ହେଉଛି ଅଗ୍ନି ବର୍ଷା। ପ୍ରଚଣ୍ଡ ଗରମ ହନ୍ତସନ୍ତ ହେଲେଣି ଲୋକେ। ସକାଳ ୭ଟାରୁ ଅସହ୍ୟ ତାତି ଜାରି। ତେବେ ଆହୁରି ଜଳିବ ୩ ଦିନ ଜଳିବ ପଶ୍ଚିମ ଓଡ଼ିଶା। ଆଜି ତାତିକୁ ଦୃଷ୍ଟିରେ ରଖି ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ସମ୍ବଲପୁର ବୌଦ୍ଧ ଏବଂ ବଲାଙ୍ଗିରକୁ ୨୭ ତାରିଖ ଯାଏ ରେଡ ଆଲର୍ଟ ଜାରି ହୋଇଛି। ସେହିପରି ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ତେଣୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆସନ୍ତା ୨୯ଯାଏଁ ଏମିତି ତାତିର ସ୍ଥିତି ଲାଗି ରହିବ। ଅର୍ଥାତ ମେ ୨୯ ତାରିଖ ଆଡ଼କୁ ରାଜ୍ୟବାସୀ ତାତିରୁ ତ୍ରାହି ପାଇବେ। କାରଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାୟୁ ଚଳାଚଳ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ମେ ୩୦ ରୁ ଜୁନ୍ ୨ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା ବା କାଳବୈଶାଖୀର ପରିମାଣ ବଢ଼ିବ। ଉତ୍ତର ଉପକୂଳ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ବହିବା ସମ୍ଭାବନା ରହିଛି। ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମସ୍ଥ୍ୟଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯଦି କେହି ଏହି ନିର୍ଦେଶନାମାକୁ ଅବଜ୍ଞା ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।