ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ଗୁଲମାର୍ଗରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରୋପ୍ ୱେ ଅଟକି ଯାଇଛି । ଫଳରେ ଅଧା ଆକାଶରେ ଶତାଧିକ ପର୍ଯ୍ୟଟକ ଫସି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ସରକାର ଗୁଲମାର୍ଗ ଗୋଣ୍ଡୋଲା ସମ୍ପର୍କିତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସମସ୍ତ ଗୋଣ୍ଡୋଲା କ୍ୟାବିନ ସୁରକ୍ଷିତ ଅଛି, ଏବଂ ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଉଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୁଲମାର୍ଗ ଗୋଣ୍ଡୋଲାର ରୋପ୍ ୱେ ଅଧାରେ ଅଟକି ଯାଇଥିଲା । ଏହା ପରଠାରୁ ଅସ୍ଥାୟୀ ଭାବରେ ତାହାକୁ ବନ୍ଦ କରାଯାଇ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।
ଉଦ୍ଧାରକାର୍ଯ୍ୟରେ ତାଲିମପ୍ରାପ୍ତ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦ ଜଣ ଲୋକ ଫସିରହିଛନ୍ତି ।