ଆଜି ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବଲିଉଡ୍ ସୁପରଷ୍ଟାର ସୋନାକ୍ଷୀ ସିହ୍ନା। ତେବେ ସୋନାକ୍ଷୀଙ୍କ ଜନ୍ମଦିନରେ ବଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଆଜି ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନ ଏବଂ ଏହି ବିଶେଷ ଅବସରରେ ଆମେ ତାଙ୍କ ଜୀବନର ଆଉ ଏକ ବର୍ଷ ପାଳନ କରୁନାହୁଁ ବରଂ ପରଦା ଉପରେ ଏବଂ ପରଦା ବାହାରେ ଚମତ୍କାର ଅଭିନୟ ଏବଂ ବିକାଶ ଦ୍ୱାରା ଚିହ୍ନିତ ଏକ ପ୍ରେରଣାଦାୟକ ଯାତ୍ରା ମଧ୍ୟ ପାଳନ କରୁଛୁ ବୋଲି ଫ୍ୟାନ୍ସ ମାନେ କହିଛନ୍ତି।
୨ ଜୁନ ୧୯୮୭ ମସିହାରେ ଜନ୍ମ ହୋଇଥିଲେ ସୋନାକ୍ଷୀ ସିହ୍ନା। ତାଙ୍କ ବାପା ହେଉଛନ୍ତି ସୁପରଷ୍ଟାର ଶତ୍ରୁଘ୍ନ ସିହ୍ନା। ବାପାଙ୍କ ଅଭିନୟ ଦେଖି ସୋନାକ୍ଷୀ ମଧ୍ୟ ଅଭିନୟ କରିବ ଆରମ୍ଭ କରିଥିଲେ। ଏହାପରେ ସଲମାନ ଖାଁଙ୍କ ସହ ଦବଙ୍ଗ ଫିଲ୍ମରେ ସେ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଏପରିକି ନିଜ ପ୍ରଥମ ଗିଲମ ପାଇଁ ସେ ୨୦୧୦ରେ ସବୁଠାରୁ ଭଲ ନୂତନ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ଏହାପରେ ସେ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ନିଜ ଦର୍ଶକଙ୍କୁ ଭେଟି ଦେଇଥିଲେ। ତେବେ ଆଜିଯାଏଁ ସୋନାକ୍ଷୀ ନିଜ କ୍ୟାରିୟରେ ୨୦ରୁ ଉର୍ଧ ସିନେମା କରିଛନ୍ତି ଏବଂ ନିଜ ଅଭିନୀତ ସିନେମା ପାଇଁ ମଧ୍ୟ ଅନେକ ଥର ସମ୍ମାନିତ ହୋଇଛନ୍ତି।