ମୁମ୍ବାଇ: 'ଲାଲ ସିଂହ ଚଡ୍ଡା' ଫ୍ଲପ୍ ହେବା ପରେ, ଏବେ ପ୍ରଶଂସକମାନେ ଆମିରଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ। ଖୁବ୍ ଶୀଘ୍ର ତାଙ୍କର 'ସୀତାରେ ଜମିନ୍ ପର' ରିଲିଜ୍ ହେବାକୁ ଯାଉଛି। ଯାହାର ଟ୍ରେଲର କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଥିଲା, ଯାହାକୁ ପ୍ରଶଂସକମାନେ ପସନ୍ଦ କରିଥିଲେ। ତାଙ୍କର ପରବର୍ତ୍ତୀ ଅନେକ ଫିଲ୍ମ ଉପରେ କାମ ଚାଲିଛି। ସେହି ସମୟରେ, ମହାଭାରତ ମୁଭି ବିଷୟରେ ଏକ ଅପଡେଟ୍ ଦେଇଥିଲେ ଆମିର୍ ।
ନିକଟରେ, ଆମିର ଖାନ ଏକ ସାକ୍ଷାତକାରରେ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ଯେଉଁଠାରେ ସେ ତାଙ୍କ ପ୍ରେମ ଜୀବନ, ଫିଲ୍ମ ଏବଂ ଶେଷ ଫିଲ୍ମ ବିଷୟରେ ପ୍ରଶ୍ନ ଉଠାଇ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ। ଆମିର ଖାନଙ୍କୁ ତାଙ୍କ ଶେଷ ଫିଲ୍ମ ବିଷୟରେ ପଚରାଯାଇଥିଲା। ଏହି ସମୟରେ ସେ କହିଥିଲେ ଯେ - "ମୋର ସ୍ୱପ୍ନ ହେଉଛି ମହାଭାରତ ନିର୍ମାଣ କରିବା। ସୀତାର ଜମିନ୍ ପର୍ ପରେ ମୁଁ ଏଥିରେ କାମ ଆରମ୍ଭ କରିବି। ମୁଁ ୨୦ ଜୁନ୍ ପରେ ଏଥିରେ କାମ ଆରମ୍ଭ କରିବି। ମୁଁ ଭାବୁଛି ଏହି ପ୍ରୋଜେକ୍ଟରେ କାମ କରିଲା ପରେ ମତେ ଆଉ କାମ କରିବାକୁ ଇଚ୍ଛା ନହୋଇ ପାରେ କାରଣ ଏହି ପ୍ରୋଜେକ୍ଟ ହିଁ ସେହି ଭଳିଆ ।”
ତେବେ ସୀତାରେ ଜମିନ୍ ପର ବ୍ୟତୀତ, ସେ ସନି ଦେଓଲଙ୍କ ଫିଲ୍ମରେ କାମ କରୁଛନ୍ତି। 'ଲାହୋର 1947'ରେ ତାଙ୍କର କ୍ୟାମିଓର ଖବର ମଧ୍ୟ ଅଛି। ନିକଟରେ ଏକ ଖବର ଆସିଥିଲା ଯେ ତାଙ୍କ ଫିଲ୍ମରେ ଆଲ୍ଲୁ ଅର୍ଜୁନ ରହିବେ। ଉଭୟଙ୍କ ଏକ ଫଟୋ ଆସିବା ପରେ ଏହି ଗୁଜବ ବ୍ୟାପିଯାଇଥିଲା, ଅନ୍ୟପକ୍ଷରେ ଏଠି ଦେଖିବାକୁ ବାକି ରହିଲା ଆମିର ଖାନ ମହାଭାରତ ପରେ ଆଉ କିଛି ମୁଭି କରୁଛନ୍ତି କି ନାହିଁ ।