'Beauty With Brain'ର ସଠିକ ଉଦାହରଣ ହେଉଛନ୍ତି ବଲିଉଡ୍ ର ଟ୍ୟାଲେଣ୍ଟେଡ ଆକ୍ଟ୍ରେସ ସୁସ୍ମିତା ସେନ। ସେ ନା କେବଳ ତାଙ୍କ ସୁନ୍ଦରତା ପାଇଁ ଚର୍ଚ୍ଚାରେ ରହିଥାନ୍ତି ବରଂ ସେ ତାଙ୍କ ଆକ୍ଟିଙ୍ଗ ପାଇଁ ମଧ୍ୟ ସମସ୍ତଙ୍କ ମନରେ ରାଜ କରିଥାନ୍ତି । ବଡ ପରଦା ସହ ଓଟିଟିରେ ମଧ୍ୟ ସୁସ୍ମିତା ତାଙ୍କ ଆକ୍ଟିଙ୍ଗରେ ଧମାଲ କରୁଛନ୍ତି । ନିକଟରେ ତାଙ୍କୁ ଫିଲ୍ମ 'ତାଲି' ରେ ଦେଖା ଯାଇଥିଲା । ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ତେବେ ନିଜ ଫିଲ୍ମ କ୍ୟାରିୟର ରେ ବହୁତ ଦିନର ବ୍ରେକ ନେବା ପରେ ପରଦାରେ ପୁଣି ଥରେ ଫେରିଛନ୍ତି ସୁସ୍ମିତା । ସୁସ୍ମିତାଙ୍କ 'ଆର୍ୟା' ଧାରାବାହିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।
ଖୁବ ଜଲଦି ଆସିବାକୁ ଯାଉଛି ଏହାର ତୃତୀୟ ସିଜନ । ଏଥିରେ ସୁସ୍ମିତାଙ୍କୁ ଜବରଦସ୍ତ ରୋଲରେ ଦେଖିବାକୁ ମିଳିବ। ଏହାର ଫାଷ୍ଟ ଲୁକ କୁ ରିଲିଜ କରାଯାଇଛି, ଯାହା ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଚଳିତ ବର୍ଷ ସୁସ୍ମିତା ହୃଦଘାତରେ ପୀଡିତ ହୋଇଥିଲେ । ଏଭଳି ପରିସ୍ଥିତି ରେ ମଧ୍ୟ ଏହି ଧାରାବାହିକ ପାଇଁ ଶୁଟିଂ କରିଥିଲେ। ତେବେ ସବୁ ଅପେକ୍ଷାର ଅନ୍ତ ଘଟାଇ ନିକଟରେ ରେ ଏହି ସିରିଜର ରିଲିଜ ଡେଟ ଘୋଷଣା କରାଯାଇଛି ।
ସୁସ୍ମିତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗୋଟିଏ ଆନିମେଟେଡ ପ୍ରୋମୋ ବା ଭିଡ଼ିଓ ଶେୟାର କରିଛନ୍ତି। ଯେଉଁଥିରେ ଏହି ସିରିଜର ରିଲିଜ ଡେଟ ଲେଖା ହୋଇଛି । ଭିଡ଼ିଓ ଟିକୁ ଶେୟାର କରି ସୁସ୍ମିତା ଲେଖିଛନ୍ତି, 'ଶେରନୀ କା ଲୌଟନେକା ୱକ୍ତ ଆଗୟା ହେଁ' । ରାମ ମାଧବାନୀ ଏବଂ ସନ୍ଦୀପ ମୋଦିଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ୟା ହେଉଛି ଲୋକପ୍ରିୟ ଡଚ କ୍ରାଇମ-ଡ୍ରାମା ପେନୋଜର ଅଫିସିଆଲ ରିମେକ । ଏହାକୁ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ରେ ନଭେମ୍ବର ୩ରେ ରିଲିଜ କରାଯିବ । ଏହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ: ଏମିତି ସାଥି ଚାହୁଁଛନ୍ତି କ୍ରିତି