ନିଜର କଠିନ ପରିଶ୍ରମ ଏବଂ ଜବରଦସ୍ତ ଆକ୍ଟିଙ୍ଗ ପାଇଁ କ୍ରିତି ସାନନ ବଲିଉଡ୍ ରେ ନିଜର ଅଲଗା ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି । ତାଙ୍କ ଆକ୍ଟିଙ୍ଗ ସହ ତାଙ୍କ ସୁନ୍ଦରତାର ଲକ୍ଷ ଲକ୍ଷ ଦିୱାନା ଅଛନ୍ତି । ଫିଲ୍ମ ‘ହିରୋପନ୍ତି’ରୁ କ୍ରିତି ବଲିଉଡ୍ ରେ ଡେବ୍ୟୁ କରିଥିଲେ । ଯାହା ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା । ଏହାପରେ ସେ ଭିନ୍ନ ଭିନ୍ନ ଫିଲ୍ମରେ ତାଙ୍କର ଆକ୍ଟିଙ୍ଗର ଯାଦୁ ଚଲେଇଛନ୍ତି । ବେଳେ ବେଳେ ଫିଲ୍ମ ସହ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏମିତିତ କ୍ରିତିଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା । ତାଙ୍କ ପ୍ରଥମ ଫିଲ୍ମ ପରେ ଟାଇଗର ଶ୍ରଫଙ୍କ ସହ ଏବଂ ଫିଲ୍ମ ଆଦିପୁରୁଷ ପରେ ଅଭିନେତା ପ୍ରଭାସଙ୍କ ସହ । ହେଲେ ନିକଟରେ କ୍ରିତି ତାଙ୍କ ମନ କଥା କହିଛନ୍ତି ।
ନିକଟରେ ଅଭିନେତ୍ରୀ ଇଣ୍ଡିଆ ଟୁଡେ କନକ୍ଲେଭ ମୁମ୍ବାଇ ୨୦୨୩ରେ ଯୋଗ ଦେଇଥିଲେ । ଶେଷରେ ସେ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। କ୍ରିତି ସ୍ପଷ୍ଟ କରି କହିଛନ୍ତି ଯେ, ସର୍ବପ୍ରଥମେ, ମୁଁ ଆପଣଙ୍କୁ କହିବି ଯେ ମୁଁ ସିଙ୍ଗଲ। ଚାଲ ଏହାକୁ ସ୍ପଷ୍ଟ କରିବା। ବାସ୍ତବରେ, ମୁଁ କିଛି ସମୟ ପାଇଁ ଏକାକୀ ଅଛି। ଏହାସହ ସେ ତାଙ୍କ Dream Boy ବିଷୟରେ ମଧ୍ୟ କହିଛନ୍ତି । ପ୍ରକୃତରେ ମୁଁ ବହୁତ ରୋମାଣ୍ଟିକ । ଆଉ ମୁଁ ଏମିତି ଜଣକୁ ଚାହୁଁଛି ଯାହା ନିକଟରେ ବହୁତ ସାରା ଭଲ ପାଇବା ଥିବ ଆଉ ଯିଏ ସଚ୍ଚୋଟ ଥିବ। ମୁଁ ଉଚ୍ଚାଭିଳାଷୀ ଏବଂ ପ୍ରେରଣାଦାୟୀ ଲୋକମାନଙ୍କ ପ୍ରତି ଆକର୍ଷିତ ହୁଏ, ଏବଂ ମୋତେ ଯିଏ କୌଣସି ପ୍ରକାର ପ୍ରେରଣା ଦିଏ ମୋତେ ସେମାନେ ବହୁତ ପସନ୍ଦ। ମୁଁ ସବୁବେଳେ ଜଣେ ଜୀବନସାଥୀ ଭିତରେ ସେହି ପ୍ରେରଣା ଚାହେଁ। ଆଉ ହଁ ମୋ ହାଇଟ ସହିତ ମ୍ୟାଚ କରିବା ଦରକାର। ନହେଲେ ମୁଁ ରିଜେକ୍ଟ କରିଦେବି। ତେବେ ଦେଖାଯାଉ ମୋ ରାଜକୁମାର ମୋତେ କେବେ ମିଳୁଛି। ଆଉ ମିଳିଗଲେ ମୁଁ ଆପଣଙ୍କୁ ନିଶ୍ଚିତ ଜଣାଇବି।
କ୍ରିତିଙ୍କର କଥା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ କରିଦେଇଛି ଯେ ଏବେ ସେ ସିଙ୍ଗଲ ଅଛନ୍ତି । ଅଭିନେତା ପ୍ରଭାସଙ୍କ ସହ ତାଙ୍କ ସମ୍ପର୍କର ଖବର କେବଳ ଗୋଟିଏ ଗୁଜବ ଥିଲା ।ପିଙ୍କଭିଲ୍ଲା ସହିତ ଏକ ପୁରୁଣା ସାକ୍ଷାତକାରରେ କ୍ରିତୀଙ୍କ ଭଉଣୀ ନୁପୁର ପ୍ରକାଶ କରଥିଲେ ଯେ କ୍ରିତି ଏପର୍ଯ୍ୟନ୍ତ ଦୁଇଜଣ ଯୁବକଙ୍କୁ ଡେଟ କରିଛନ୍ତି ଏବଂ ତାଙ୍କର ଦୀର୍ଘ ସମ୍ପର୍କ ୨.୫ ବର୍ଷ ଧରି ଚାଲିଥିଲା।
ଅଧିକ ପଢ଼ନ୍ତୁ: ଦର୍ଶକଙ୍କ ମନ ଜିଣିବାରେ ବିଫଳ ହେଲେ ରାଜବୀର