ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ-୫ ଏବେ ସିନେମା ହଲରେ ଧମାଲ କରୁଛି। ତେବେ ଫିଲ୍ମଟି ଦୁଇଟି ସଂସ୍କରଣରେ ମୁକ୍ତିଲାଭ କରିଛି। ଉଭୟ ସଂସ୍କରଣରେ ଭିନ୍ନ କାହାଣୀ ଦେଖିବାକୁ ମିଳୁଛି। ଏହି ଫିଲ୍ମରେ ୨୦ରୁ ଅଧିକ ଷ୍ଟାର ଅଭିନୟ କରିଛନ୍ତି। ଫ୍ୟାନ୍ସ ହାଉସଫୁଲ-୫କୁ ବହୁତ ପସନ୍ଦ କରୁଛନ୍ତି। କମେଡି ସହିତ ହତ୍ୟା ରହସ୍ୟର ତଡ଼କାକୁ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ଏବଂ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ବହୁତ ରୋଜଗାର କରୁଛି। ତେବେ ହାଉସଫୁଲ-୫ ମାତ୍ର ଦୁଇ ଦିନରେ ୫୦ କୋଟି କ୍ଲବରେ ପ୍ରବେଶ କରିଛି।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ହାଉସଫୁଲ-୫ ପ୍ରଥମ ଦିନରେ ୨୪ କୋଟି ଟଙ୍କା ସଂଗ୍ରହ କରିଛି। ଏହାସହିତ ଦ୍ୱିତୀୟ ଦିନରେ ୩୦ କୋଟିରୁ ଉର୍ଧ ଟଙ୍କା ରୋଜଗାର ମଧ୍ୟ କରିଛି। ତେବେ ଯଦି ଏହିପରି କଲେକ୍ସନ ହାଉସଫୁଲ-୫ ଜାରି ରଖେ ତେବେ ନିହାନ୍ତି ଏହା ରେକଡ଼ କରିବ। କିମ୍ବା ଏହି ହାଉସଫୁଲ-୫ ଚଳିତ ବର୍ଷର ୮ମ ସର୍ବାଧିକ ଆୟକାରୀ ବଲିଉଡ୍ ଫିଲ୍ମ ହୋଇଯିବ। ତେବେ ହାଉସଫୁଲ-୫ ତରୁଣ ମାନସୁଖାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ। ଅକ୍ଷୟଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ନାନା ପାଟେକର, ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ସୋନମ ବାଜୱା, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନର୍ଗିସ ଫଖ୍ରି, ଜନି ଲିଭର, ଡିନୋ ମୋରେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମରେ ଅନେକ ନିଆରା କାହାଣୀ ରହିଛି। ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ତେଣୁ ଏହି ଖର୍ଚ୍ଚ ଠୁ ଅଧିକ କଲେକ୍ସନ କରିବ ବୋଲି ଆସ କରିଛନ୍ତି ନିର୍ଦେଶକ।