ବଲିଉଡ୍ ବିଉଟି କୁଇନ ଶିଳ୍ପା ସେଟ୍ଟୀ ଆଜି ୪୯ ବର୍ଷ ବୟସରେ ପାଦ ରଖିଛନ୍ତି। ତେବେ ଶିଳ୍ପା ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ତେବେ ଜନ୍ମଦିନ ଉପଲକ୍ଷେ ବଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ଶିଳ୍ପାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଆଜି ଶିଳ୍ପାଙ୍କ ଜନ୍ମଦିନ ଏବଂ ଏହି ବିଶେଷ ଅବସରରେ ଆମେ ତାଙ୍କ ଜୀବନର ଆଉ ଏକ ବର୍ଷ ପାଳନ କରୁନାହୁଁ ବରଂ ପରଦା ଉପରେ ଏବଂ ପରଦା ବାହାରେ ଚମତ୍କାର ଅଭିନୟ ଏବଂ ବିକାଶ ଦ୍ୱାରା ଚିହ୍ନିତ ଏକ ପ୍ରେରଣାଦାୟକ ଯାତ୍ରା ମଧ୍ୟ ପାଳନ କରୁଛୁ ବୋଲି ଫ୍ୟାନ୍ସ ମାନେ କହିଛନ୍ତି।
୮ ଜୁନ୍ ୧୯୭୫ ମସିହାରେ ଶିଳ୍ପା ସେଟ୍ଟୀଙ୍କର ଜଣ ହୋଇଥିଲା। ପିଲାଦିନରୁ ଶିଳ୍ପାଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା। ଏଥିପାଇଁ ମାତ୍ର ୧୫ ବର୍ଷ ବୟସରୁ ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ସେ ପରଦା ଉପରେ ପ୍ରଥମ ଥର ପାଇଁ ଫିଲ୍ମ " ବାଜିଗର" ନଜର ଆସିଥିଲେ ଯାହା ଦର୍ଶକଙ୍କ ମନକୁ ଖୁବ ଛୁଇଁଥିଲା। ଏପରିକି ସେହି ଚଳଚିତ୍ର ତାଙ୍କୁ ସର୍ବୋତ୍ତମ ସହାୟକ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ଦିଆଯାଇଥିଲା। ତେବେ ଶିଳ୍ପା ସେଟ୍ଟୀ କେବଳ ହିନ୍ଦୀ ନୁହେଁ କନ୍ନଡ , ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ମଧ୍ୟ କାମ କରିଛନ୍ତି। ତେବେ ଶିଳ୍ପାଙ୍କୁ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।