କୁଦାନଗରୀ: ଗୋଟିଏ ସ୍ଥାନରେ ବନ୍ଧା ହୋଇଥିବା ଅବସ୍ଥାରେ ୬୦୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଏତେ ସଂଖ୍ୟକ ଗୋରୁ କିଏ ଏବଂ କେଉଁ କାରଣ ପାଇଁ ବାନ୍ଧିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।
ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ପଳସୁଧା ଗ୍ରାମରେ ଘଟିଛି । ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଥିବା ପାଇକା ନଦୀ ପଠାରେ ଗୋରୁଙ୍କୁ ବନ୍ଧା ଯାଇଛି । ଅନ୍ୟପଟେ ଯେଉଁ ସ୍ଥାନରେ ଗୋରୁ ବନ୍ଧା ଯାଇଛି ତାହାର ନିକଟରେ ନଦୀ ପଠାକୁ ଜେସିବି ମେସିନ୍ ସାହାଯ୍ୟରେ ବଡ଼ ବଡ଼ ଖାଲ ଖୋଲାଯାଇଛି । ଏହି ଘଟଣା ପ୍ରଥମେ ବିଶ୍ବହିନ୍ଦୁ ପରିଷଦର ଯୁବକମାନେ ଜାଣିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । କୁଦାନଗରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି । ସମସ୍ତ ଗୋରୁ ଜବତ କରି ଗୋସେବାକୁ ପଠାଯିବ ବୋଲି ବିଶ୍ବହିନ୍ଦୁ ପରିଷଦ ଯୁବକ ମାନେ କହିଛନ୍ତି ।